ଆଜିର ଭାଗ୍ୟଫଳ (ସୋମବାର, ୨୩/୦୧/୨୦୨୨), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଜ୍ୟୋତିଷ ଶାସ୍ତ୍ରରେ ରାଶିଫଳକୁ ମହତ୍ତ୍ଵ ଦିଆଯାଇଛି। ଏହି ରାଶିଫଳ ମାଧ୍ୟମରେ ବିଭିନ୍ନ କାଳଖଣ୍ଡ ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନ ବିଷୟରେ ଜଣା ପଡିଥାଏ। ରାଶିଫଳ ମାଧ୍ୟମରେ ବ୍ୟାପାର, ଚାକିରି, ପ୍ରେମ ଜୀବନ, ବୈବାହିକ ଜୀବନ, ସ୍ବାସ୍ଥ୍ୟ, ସମ୍ପଦ, ଭବିଷ୍ୟତରେ ହେବାକୁ ଥିବା ଶୁଭ ଓ ଅଶୁଭ ଘଟଣା ବିଷୟରେ ଜାଣି ହୋଇଥାଏ। ଗ୍ରହ ମାନଙ୍କର ଚଳନକୁ ଆଧାର କରି ଦିନଟି ଆପଣଙ୍କ ପାଇଁ କିପରି ରହିବ, କେଉଁ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେହି ବିଷୟରେ ସୂଚନା ମିଳିଥାଏ। ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ….
ଆଜି ୨୦୨୩ ଜାନୁଆରୀ ୨୩ ତାରିଖ । ସୋମବାର । ମକର ମାସ ୧୦ଦିନ । ମାଘ ମାସ । ଶୁକ୍ଲ ପକ୍ଷ । ଦ୍ଵିତୀୟା ତିଥି ସନ୍ଧ୍ୟା ୬ଟା ୪୩ମିନିଟ୍ ପରେ ତୃତୀୟା ତିଥି । ଧନିଷ୍ଠା ନକ୍ଷତ୍ର । ମକର ରାଶିରେ ଚନ୍ଦ୍ର । ବ୍ୟତିପାତ ଯୋଗ ରାତି ୧ଟା ୨୭ମିନିଟ୍ ପରେ ବରୀୟାନ ଯୋଗ । ବାଳବ କରଣ ଦିବା ୮ଟା ୩୩ମିନିଟ୍ ପରେ କୌଳବ କରଣ, ସନ୍ଧ୍ୟା ୬ଟା ୪୩ମିନିଟ ପରେ ତୈତିଳ କରଣ । ମିଥୁନ ରାଶିର ଘାତବାର । ସିଂହ ରାଶିର ଘାତଚନ୍ଦ୍ର, ଦିବା୧ଟା ୫୧ମିନିଟ ପରେ ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ନିଷେଧଖାଦ୍ୟ-ବୋଇତିକଖାରୁ ନ ଖାଇଲେ ଭଲ ସନ୍ଧ୍ୟା ୬ଟା ୪୩ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ସନ୍ଧ୍ୟା ୬ଟା ୪୩ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୭ଟା ୫୦ମିନିଟ୍ ରୁ ୯ଟା ୧୩ମିନିଟ୍, ଦିବା ୨ଟା ୪୩ମିନିଟ୍ ରୁ ୪ଟା ୬ମିନିଟ୍, ରାତ୍ରି ୧୦ଟା ୨୧ମିନିଟ୍ ରୁ ୧୧ଟା ୫୮ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ୨୭ମିନିଟ୍ ରୁ ୭ଟା ୫୦ମିନିଟ୍, ଦିବା ୧୦ଟା ୫୨ମିନିଟ୍ ରୁ ୧ଟା ୪ମିନିଟ୍, ଦିବା ୪ଟା ୬ମିନିଟ୍ ରୁ ୪ଟା ୪୫ମିନିଟ୍, ସନ୍ଧ୍ୟା ୬ଟା ୨୧ମିନିଟ୍ ରୁ ୮ଟା ୫୬ମିନିଟ୍, ରାତ୍ର ୧୧ଟା ୫୮ମିନିଟ୍ ରୁ ୩ଟା । ପର୍ବଦିନ- ଦ୍ଵିତୀୟା ଚନ୍ଦ୍ର ଦର୍ଶନ, ଶରଣ ।
ମେଷ:- ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ । ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଟଙ୍କାର ଆବଶ୍ୟକତା ପୂରଣ ହେବ । ପ୍ରତିକାର-ଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ ।
ବୃଷ:- ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ନୂତନ ଆୟପନ୍ଥା ଖୋଲିଯିବ । ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ । ବ୍ୟବସାୟରେ ଲାଭବାନ୍ ହେବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ବିଦେଶ ଯାତ୍ରାରେ ଲାଭବାନ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ସହକର୍ମୀ ମାନଙ୍କ ସହ ଶତ୍ରୁତା ଦୂର ହେବ ଓ କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମିଥୁନ:- ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ଓ ମେହନତର ପରିଣାମ ମିଳିବ । ପ୍ରେମିକ ପ୍ରେମିକାମାନେ ନୂଆ ସମସ୍ୟାର ସମ୍ମୁଖୀନ ହେଲେବି ସାମାନ୍ୟ କଥାରେ ଅଯଥା ତର୍କ ନକରି ଶାନ୍ତ ରହିବା ଉଚିତ୍ । ପଡାପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
କର୍କଟ:- ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇଯିବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ଆମୋଦ ପ୍ରମୋଦ, ମନୋରଞ୍ଜନ, ନୃତ୍ୟଗୀତ, କଳା ସଙ୍ଗୀତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।
ସିଂହ:- ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ରରେ ଉଚ୍ଚଆଶା ସଫଳହେବ । କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ ଉଚ୍ଚ ପ୍ରଶଂସିତ ହେବେ । କମ୍ ପରିଶ୍ରମରେ ଆଶାଜନକ ଫଳ ପାଇବେ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ପରିବାରରେ ମାନ ମନାନ୍ତର ଦୂର ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କନ୍ୟା:- ଉଚ୍ଚାଧିକାରୀ, ସହକର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନବଳକୁ ବଢ଼େଇ ଦେବ । ଗୃହୋପକରଣ କ୍ରୟ କରିବେ । ପରିବାରରେ ମାନ ମନାନ୍ତର ଦୂର ହେବ । ଛାତ୍ର-ଛାତ୍ରୀମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ବିଚାରବିଭାଗ ରାୟ ସପକ୍ଷରେ ଯିବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।
ତୁଳା:- ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ପରିବାରରେ ମାନ ମନାନ୍ତର ଦୂର ହୋଇ ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ କରିବା ପାଇଁ ଚେଷ୍ଟା କରିବେ । ବନ୍ଧୁଙ୍କ ଆଗମନ ହେବ । ଗୃହୋପକରଣ କ୍ରୟ କରିବେ । ବିଦ୍ୟାର୍ଥିଙ୍କର ଉନ୍ନତି ହେବ । ପ୍ରେମପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । କାରବାରରେ ସୁଧାର ଆସିବ । ସାମାନ୍ୟ କଥାରେ ଅଯଥା ତର୍କ ନକରି ଶାନ୍ତ ରହିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ବିଚ୍ଛା:- ଶାରୀରିକ ଅସୁସ୍ଥତାରୁ ଉପଶମ ପାଇବେ । ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ରାଜନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବା ସହ ଉଚିତପନ୍ଥା ଗ୍ରହଣ କରିବେ । ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ବ୍ୟୟ ଅପେକ୍ଷା ଆୟ ଅଧିକ ହୋଇ ଋଣମୁକ୍ତ ଓ ଋଣପ୍ରାପ୍ତିର ରାସ୍ତା ପରିଷ୍କାର ହୋଇଯିବ । କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ଧନୁ:- ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିପାରେ । ସହ ନୂଆ ସମ୍ପର୍କ ଭବିଷ୍ୟତରେ ଲାଭ ଦାୟକ ହେବ । ଉଧାର ଦେଇଥିବା ଟଙ୍କା ମିଳିଯାଇପାରେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ବିଦ୍ୟାର୍ଥିମାନେ ପରୀକ୍ଷାରେ ବିଜୟୀ ହେବେ । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ବନ୍ଧୁ, ମିତ୍ର ମାନଙ୍କ ଦ୍ୱାରା ଲାଭବାନ୍ ହେବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମକର:- ବରିଷ୍ଠ କର୍ମୀ ଓ ବନ୍ଧୁ ମିତ୍ରଙ୍କ ସହ ସୁସଂପର୍କ ସୃଷ୍ଟି ହୋଇ ନୂତନ ସଂସ୍ଥାର ଆୟୋଜନ କରି ପାରନ୍ତି । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ଆୟ ଉତ୍ତମ ହେବାରୁ ଧନ ସମ୍ପତିରେ ଘର ହସି ଉଠିବ । ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ । ବାଦବିବାଦ ପରୀକ୍ଷା ପ୍ରତିଯୋଗିତାରେ ଦୁଇଗୁଣ ଉତ୍ସାହ ସହ ଆଗେଇ ଯିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
କୁମ୍ଭ:- ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ । ପ୍ରେମୀକ ପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ । ପାରିବାରିକ ତିକ୍ତତାର ସମସ୍ୟା ଦୂର ହୋଇ ସାଧାରଣ ଚଳଣି ଅତୁଟ ରହିବ । ରାଜନୀତି କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି ସୁରକ୍ଷା ହେବ । ସାମ୍ବାଦିକ ମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
ମୀନ:- ଶାରୀରିକ ଅସୁସ୍ଥତାରୁ ଉପଶମ ପାଇବେ । ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରୋତ୍ସାହନ ପାଇ ଦୁଇଗୁଣ ଉତ୍ସାହ ସହ ଆଗେଇ ଯିବେ । କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଆଶାତୀତ ଲାଭହେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବା ସହ ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।