ଆଜିର ଭାଗ୍ୟଫଳ (ରବିବାର, ୨୧ /୧୧/୨୦୨୧), ସୂର୍ଯ୍ୟଦେବଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି
ଆଜି ୨୦୨୧ ନଭେମ୍ବର ୨୧ । ରବିବାର । ବିଛା ମାସ ୬ ଦିନ । ମାର୍ଗଶିର ମାସ । କୃଷ୍ଣପକ୍ଷ । ଦ୍ଵିତୀୟାତିଥି । ରୋହିଣୀ ନକ୍ଷତ୍ର ସକାଳ ୭ଟା ୩୫ମିନିଟ୍ ଗତେ ମୃଗଶିରା ନକ୍ଷତ୍ର । ବୃଷ ରାଶିରେ ଚନ୍ଦ୍ର । ସିଦ୍ଧଯୋଗ । ତୈତିଳ କରଣ, ସକାଳ ୬ଟା ୨୬ମିନିଟ୍ ଗତେ ଗତେ ଗର କରଣ । ମେଷ ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । ବୋଇତିକଖାରୁ ନ ଖାଇଲେ ଭଲ, ରାତି ୭ଟା ୪୭ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ରାତି ୭ଟା ୪୭ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।
ଅଶୁଭସମୟ- ଦିବା ୧୦ଟା ୯ମିନିଟ୍ ରୁ ଦିବା ୧୧ଟା ୩୨ମିନିଟ୍, ଦିବା ୧୧ଟା ୩୨ମିନିଟ୍ ରୁ ଦିବା ୧୨ଟା ୫୪ମିନିଟ୍, ରାତ୍ରି ୧ଟା ୧୦ମିନିଟ୍ ରୁ ରାତ୍ରି ୨ଟା ୪୭ମିନିଟ୍ । ଶୁଭସମୟ- ସକାଳ ୬ଟା ୪୭ମିନିଟ୍ ରୁ ୮ଟା ୫୭ମିନିଟ୍, ଦିବା ୧୨ଟା ୫୫ମିନିଟ୍ ରୁ ୨ଟା ୪୯ମିନିଟ୍, ଦିବା ୩ଟା ୩୫ମିନିଟ୍ ରୁ ୩ଟା ୩୮ମିନିଟ୍, ରାତ୍ର ୭ଟା ୩୯ମିନିଟ୍ ରୁ ରାତ୍ର ୯ଟା ୨୧ମିନିଟ୍, ରାତ୍ର ୧୧ଟା ୫୯ମିନିଟ୍ ରୁ ୧ଟା ୯ମିନିଟ୍, ରାତ୍ର ୨ଟା ୪୮ମିନିଟ୍ ରୁ ୬ଟା ୨ମିନିଟ୍ ।
ମେଷ:-
ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । ନୂତନ ବସ୍ତୁ କ୍ରୟ କରିପାରିବେ । ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଅସହାୟ ମାନଙ୍କୁ ସାହାଯ୍ୟ କରିବାଦ୍ଵାରା ସାଧାରଣ ଲୋକମାନେ ସମ୍ମାନ ଦେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-
ଶାରୀରିକ ସମସ୍ୟାରୁ ମୁକ୍ତି ପାଇବେ । ଘରୋଇ ସମସ୍ୟାର ସମାଧାନ ହୋଇ ପରିବାର ସହିତ କୌଣସି ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ନିଜ କାର୍ଯ୍ୟରେ ପ୍ରୟାସ ଜାରି ରଖନ୍ତୁ ନିଶ୍ଚିତ ସଫଳତା ମିଳିବ । ପରୋପକାର ଓ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ । ବ୍ୟୟ ଭରଣା କରି ଯଥେଷ୍ଟ ବଳକା ଲାଭାଂଶର ଉପଭୋକ୍ତା ହୋଇପାରିବେ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ମିଥୁନ:-
ଆନ୍ତରିକ ଉତ୍ସାହ ବୃଦ୍ଧିହେବା ଫଳରେ ବ୍ୟବସାୟକ୍ଷେତ୍ରର ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।
କର୍କଟ:-
ଶତୃମାନେ ଦୂରେଇ ଯିବେ । କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି । ସରକାରୀ କାର୍ଯ୍ୟରେ ସଫଳ ହବାର ସମ୍ଭାବନା ଅଛି । ବ୍ୟବସାୟରେ ଅଟକି ଥିବା ଧନ ପ୍ରାପ୍ତି ହେବା ସହ ଆପଣ ଅଧିକ ଲାଭ ବାନ ହେବେ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ପରିବାର ସଦସ୍ୟ ମାନଙ୍କ ପାଇଁ ଆପଣ ଆନନ୍ଦ ପାଇବେ । କୌଣସି ଏକ ମହତ୍ଵପୂର୍ଣ୍ଣ କାର୍ଯ୍ୟର ସୂଚନା ମିଳିବ । ଆଜି ଦିନଟି ବହୁତ ଆନନ୍ଦରେ କଟିବ । ପ୍ରତିକାର- ମିଶ୍ରିଟିକେ ଖାଇ ଘରୁ ବାହାରନ୍ତୁ ।
ସିଂହ:-
ସାମାଜିକ ପତିଆରା ଅମଳିନ ରହିବ । ମନରେ ଶାନ୍ତି ସନ୍ତୋଷ ଦେଖାଦେବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ଦୂରଯାତ୍ରାର ସୁଯୋଗ ପାଇବେ । ଜାଗା, ଜମି, ସ୍ୱର୍ଣ୍ଣ ଅଳଙ୍କାର ଓ ଗୃହପୋକରଣ କ୍ରୟ କରିବେ । ଆୟ ଉପାର୍ଜନରେ ବୃଦ୍ଧିହେବ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
କନ୍ୟା:-
ସ୍ୱାସ୍ଥ୍ୟରେ ଉନ୍ନତି, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ମନବଳ ଦୃଢହେବା ଫଳରେ ମାନସିକ ଏକାଗ୍ରତା ବଜାୟ ରହିବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଆୟ ଉପାର୍ଜନ ବୃଦ୍ଧି ହେବ । ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ତୁଳା:-
ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ । ଗୃହ କାର୍ଯ୍ୟରେ ସେବକ ମାନଙ୍କ ସାହାଯ୍ୟ ମିଳିବା ଯୋଗେ ପରିବାରରେ ସୁଖ ଶାନ୍ତି ଦେଖା ଦବ । ପଡୋଶୀମାନେ ଆପଣଙ୍କ ଉପରେ ଖୁସି ରହିବେ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଦେଖା ଦବ । ଅର୍ଥକୁ ଭଗବାନ ଜ୍ଞାନ କରି ବିବାଦମାନ ପରିସ୍ଥିତିର ବି ସମ୍ମୁଖୀନ ହେବାକୁ ପଡିପାରେ । ଆର୍ଥିକ ଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ୱନ୍ଦ ଦେଖା ଦେଇପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ବିଚ୍ଛା:-
ସାମାଜିକ କାର୍ଯ୍ୟରେ ଦାଇତ୍ଵ ବଢିବ ଓ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ନିର୍ମାଣମୂଳକ ଯୋଜନାରେ ଆଗେଇବେ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯିବ । ପୁରାତନ ରୋଗର ଉପଶମ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ଧନୁ:-
ଶରୀର ସୁସ୍ଥ ରହିବ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ଶିକ୍ଷାକ୍ଷେତ୍ରରେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ଦୂରଯାତ୍ରାରେ ସଫଳ ହେବେ । ବ୍ୟବସାୟରେ ନୂତନଧାରା ଖୋଲିବେ । ଆୟର ସ୍ରୋତ ବୃଦ୍ଧି ହେବ । ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ । ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦ ପାଇବେ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ମକର:-
ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ । ବ୍ୟବସାୟରେ ପରିଶ୍ରମ ଫଳରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ ଓ ଆଶାତୀତ ଲାଭ ପାଇବେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଅଶାନ୍ତି ଦୂରେଇ ଯିବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଋଣ ପରିଶୋଧ କରିବାସହ ଋଣପ୍ରାପ୍ତିର ସୁଯୋଗ ପାଇବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
କୁମ୍ଭ:-
ଶାରୀରିକ ସମସ୍ୟା ଦୂର ହୋଇଯିବ । ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ବନ୍ଧୁଙ୍କ ଆଗମନ ହୋଇ ପାରିବାରିକ ପରିସ୍ଥିତି ବଦଳିଯିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ପତିପତ୍ନୀଙ୍କ ସମ୍ପର୍କରେ କିଛି ସମସ୍ୟା ସମାଧାନ ହୋଇ ଆଜି ଆପଣ ଶାନ୍ତିରେ ଜୀବନ ଅତିବାହିତ କରିବେ । ବନ୍ଧୁଙ୍କ ଠାରୁ ପରାମର୍ଶ ନେଲେ ଆପଣଙ୍କ ପାଇଁ ଲାଭ ହେବ । କିଛି ନୂଆ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ପାଇବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ
ମୀନ:-
ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ମାନସିକ ସ୍ଥିତି ବହୁତ ଭଲ ରହିବ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହବ । ପୁରୁଣା କାର୍ଯ୍ୟରେ ଲାଭ ମିଳିବ ଓ କିଛି ନୂଆ କାର୍ଯ୍ୟ ଆରମ୍ଭକରି କାର୍ଯ୍ୟକ୍ଷେତ୍ରରେ ପ୍ରସଂଶନୀୟ ହେବେ । ବ୍ୟବସାୟରେ ଅଧିକ ବିକ୍ରୟ ହେବାରୁ ଆପଣଙ୍କ ମନ ଖୁସି ରହିବ । ପରିବାର ପ୍ରତି ଆପଣଙ୍କ ଦାଇତ୍ଵ ଅଧିକ ବଢିବା ସହ ଭାଇ ଭଉଣୀଙ୍କ ସହ ସମ୍ପର୍କ ବହୁତ ଭଲ ରହିବ । ଆଜି ଆପଣଙ୍କର ଦିନଟି ବହୁତ ସୁଖ ଶାନ୍ତିରେ କଟିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।