ଆଜିର ଭାଗ୍ୟଫଳ (ଶୁକ୍ରବାର, ୧୯ /୧୧/୨୦୨୧), ମା’ ସନ୍ତୋଷୀଙ୍କ କୃପାରୁ ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନ
ଆଜି ୨୦୨୧ ନଭେମ୍ବର ୧୯ । ଶୁକ୍ରବାର । ବିଛାମାସ ୪ ଦିନ । କାର୍ତ୍ତିକମାସ । ଶୁକ୍ଳପକ୍ଷ, ପୂର୍ଣ୍ଣିମାତିଥି, କୃତ୍ତିକା ନକ୍ଷତ୍ର, ମେଷରାଶିରେ ଚନ୍ଦ୍ର ସକାଳ ୮ଟା ୧୩ମିନିଟ୍ ଗତେ ବୃଷ ରାଶିରେ ଚନ୍ଦ୍ର । ପରିଘଯୋଗ । ବବକରଣ, ଦିବା ୨ଟା ୨୭ମିନିଟ୍ ଗତେ ଗତେ ବାଳବ କରଣ । ବିଛା, ଧନୁ, ମୀନ ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର ସକାଳ ୮ଟା ୧୩ମିନିଟ୍ ଗତେ ବିଛା ରାଶିର ଘାତଚନ୍ଦ୍ର । ଆମିଷ, ତୈଳ ନ ଖାଇଲେ ଭଲ, ଦିବା ୨ଟା ୨୭ମିନିଟ୍ ପରେ ପାଣିକଖାରୁ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ଦିବା ୨ଟା ୨୭ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୮ଟା ୪୬ମିନିଟ୍ ରୁ ୧୦ଟା ୯ମିନିଟ୍, ଦିବା ୧୦ଟା ୯ମିନିଟ୍ ରୁ ଦିବା ୧୧ଟା ୩୧ମିନିଟ୍, ରାତ୍ରି ୮ଟା ୧୭ମିନିଟ୍ ରୁ ରାତ୍ରି ୯ଟା ୫୪ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ୨ମିନିଟ୍ ରୁ ୬ଟା ୪୪ମିନିଟ୍, ସକାଳ ୭ଟା ୩୦ମିନିଟ୍ ରୁ ୮ଟା ୪୫ମିନିଟ୍, ଦିବା ୧୧ଟା ୫୪ମିନିଟ୍ ରୁ ୨ଟା ୪୯ମିନିଟ୍, ଦିବା ୩ଟା ୩୫ମିନିଟ୍ ରୁ ସନ୍ଧ୍ୟା ୫ଟା ୧ମିନିଟ୍, ସନ୍ଧ୍ୟା ୫ଟା ୫୫ମିନିଟ୍ ରୁ ରାତ୍ର ୮ଟା ୧୬ମିନିଟ୍, ରାତ୍ର ୧୧ଟା ୫୯ମିନିଟ୍ ରୁ ରାତ୍ର ୧ଟା ୪୧ମିନିଟ୍, ରାତ୍ର ୨ଟା ୩୫ମିନିଟ୍ ରୁ ରାତ୍ର ୪ଟା ୧୬ମିନିଟ୍ । ପର୍ବଦିନ- କାର୍ତ୍ତିକ ପୂର୍ଣ୍ଣିମା, ରାସ ପୂର୍ଣ୍ଣିମା, ବାଲିଯାତ୍ରା ଆରମ୍ଭ ।
ମେଷ:-
ସମ୍ପର୍କର ସଠିକ୍ ଉପଯୋଗ କରି ଫାଇନାସ୍ ସହିତ ଜଡିତ ମାମଲାକୁ ନେଇ ସମସ୍ୟାର ସମାଧାନ କରି ପାରିବେ । ପାଖ ପଡୋଶୀଙ୍କ ସଫଳତାରେ ମନ ଆନନ୍ଦିତ ହେବ । ସାମାଜିକ ସ୍ତରରେ ବ୍ୟବହାରକୁ ନେଇ ଲୋକ ସମ୍ପର୍କ ବୃଦ୍ଧି ପାଇବ । ସୃଜନାତ୍ମକ କ୍ଷମତାର ବିକାଶ ହେବ ଓ କର୍ମକ୍ଷେତ୍ରରେ ଆପଣଙ୍କର ସ୍ଥିତି ମଜବୁତ୍ ହେବ । ସନ୍ତାନମାନଙ୍କ କାର୍ଯ୍ୟକଳାପରେ ଗର୍ବ ଅନୁଭବ କରିବେ । ଯନ୍ତ୍ରପାତି ବ୍ୟବସାୟରେ ବିଶେଷ ଲାଭ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ବୃଷ:-
ସମାନ ବିଚାରଧାରା ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଭୌତିକ ସୁଖ-ସୁବିଧା ସାଧନରେ ବୃଦ୍ଧି ହେବ । କାରବାରରେ ଲାଭ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ଘରର କୌଣସି ନୂତନ ବସ୍ତୁ କ୍ରୟ କରିପାରିବେ । କୌଣସିଠାରୁ ଶୁଭ ସମାଚାର ବା ସନ୍ଦେଶ ଶୁଣି ମନ ଉତ୍ସୁକ ହେବ । ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ । ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ସ୍ନେହ ପ୍ରାପ୍ତ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ମିଥୁନ:-
ପ୍ରତିସ୍ପର୍ଦ୍ଧା ଓ ପ୍ରତିଯୋଗିତାରେ ବିଜୟଶ୍ରୀ ହେବ । ନୈତିକତା ହିସାବରୁ ଆପଣ ବହୁତ ଉଚ୍ଚପଦରେ ରହିବେ । ଅଧ୍ୟୟନ, ଅନୁସନ୍ଧାନ, ଶୋଧ, ଲେଖନ ଆଦି କାର୍ଯ୍ୟ ଆରମ୍ଭ କରି ପାରିବେ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହେବ, ଯାହା ଆଗକୁ ବଢିବାରେ ସହାୟତା ମିଳିବ । ଯଦି କ୍ୟାରିୟରକୁ ନେଇ କିଛି ନୂଆ ବିକଳ୍ପ ଖୋଜୁଛନ୍ତି ତେବେ ସେଥିରେ ସଫଳ ହେବେ । ପ୍ରେମୀଙ୍କ ସହଯୋଗରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
କର୍କଟ:-
ଶେୟର୍ସ, ନିବେଶ ଆଦିରେ ଲାଭ ହେବ । ଗଠନ ମୂଳକ ସାମୁହିକ ଗତିବିଧି ଦ୍ଵାରା ସଫଳତା ପ୍ରାପ୍ତ କରିବେ । ନୂଆ କ୍ୟାରିୟର ଆରମ୍ଭ କରିପାରିବେ । ବ୍ୟାପାରରେ କୌଣସି ନୂଆ କାମ, ଏଗ୍ରୀମେଣ୍ଟ ବା ନୂଆ ଅର୍ଡର ମିଳିପାରେ । ଧୈର୍ଯ୍ୟ ଓ ବୁଦ୍ଧିମତା ଯୋଗେ କରିଥିବା କାର୍ଯ୍ୟର ପରିଣାମ ଆପଣଙ୍କ ପକ୍ଷରେ ରହିବ । ପ୍ରେମ-ପ୍ରସଙ୍ଗରେ ସଫଳତା ମିଳିବ । ମାନସିକ ଚିନ୍ତା ଓ ମନ ବିଚଳିତରୁ ଶାନ୍ତି ଅନୁଭବ କରିବେ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।
ସିଂହ:-
ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରିପାରିବେ ଓ କଷ୍ଟରୁ ମୁକ୍ତି ପାଇବେ । ଘରର ଗୁରୁଜନ ବା ମାଆ ବାପାଙ୍କୁ ସମ୍ମାନ ଦେଲେ ତାଙ୍କର ଆଶୀର୍ବାଦରେ ଆପଣଙ୍କର ବିକାଶ ହେବ । ପିକ୍ଚର, ପାର୍ଟି ବା କୌଣସି ସମାରୋହ ଆଦିରେ ଭାଗ ନେଇପାରନ୍ତି । ଶତୃ ଓ ବିରୋଧୀମାନେ ଦୂରେଇଯିବେ ଓ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢି ପାରିବେ । ଚାକିରୀ କ୍ଷେତ୍ରରେ ବୋନସ୍ ଏବଂ ପଦୋନ୍ନତି ଆଦି ମିଳିବାର ସମ୍ଭାବନା ଅଛି । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
କନ୍ୟା:-
ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ବା ସମସ୍ୟା ଦୂର ହେବ । କାହାକୁ ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମିଳିଯିବ । କାମ କାର୍ଯ୍ୟରେ କୌଣସି ନୂତନ ପଦ୍ଧତି ବ୍ୟବହାର କରି ଦୁଇଗୁଣା ଲାଭ ଉଠେଇବେ । ରାଜନୀତି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ବୃଦ୍ଧି ହେବ । ବହୁତ ପରିଶ୍ରମ କଲେ ବ୍ୟବସାୟ ବୃଦ୍ଧି ହେବ । କାମ-କାର୍ଯ୍ୟରେ ନୂଆ ଏକ୍ସପେରିମେଣ୍ଟ ପ୍ରୟୋଗ କରି ପାରିବେ । ଶତୃ ବା ବିରୋଧୀଙ୍କ ଠାରୁ ସାବଧାନ ରହିବା ଉଚିତ୍ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ତୁଳା:-
ଇଣ୍ଟରନେଟ୍ ମାଧ୍ୟମରେ କିଛି ନୂତନ କାର୍ଯ୍ୟ ଶିଖିବା ପାଇଁ ବିଚାର କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନ୍ୟମାନଙ୍କୁ ଲାଭାନ୍ୱିତ କରିବା ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ବଡ଼ ଅଫିସରମାନେ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ବ୍ୟକ୍ତିଗତ ସମ୍ପର୍କକୁ ସାର୍ବଜନିକ କରିବା ଉଚିତ୍ । ଫାଇନାନସ୍ ସହିତ ଜଡିତ ମାମଲାକୁ ନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସମାଧାନ ହୋଇଯିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ବିଚ୍ଛା:-
ଶୁଭ ସମାଚାର ଶୁଣିବାକୁ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଧାର୍ମିକ କାର୍ଯ୍ୟରେ ଅଧିକ ମନ ଲଗାଇବେ । ଚାକିରୀ କ୍ଷେତ୍ରରେ ପ୍ରମୋଶନ ହେବ । ନୂଆ ଉଦ୍ୟେଗରେ ସଫଳତା ମିଳିବ । କୌଣସି ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟସ୍ଥତା କରିବେ । ଘରକୁ ବନ୍ଧୁମାନେ ଆସିବାର ସମ୍ଭାବନା ଅଛି । ଯେ କୌଣସି ଜଟିଳ କାର୍ଯ୍ୟକୁ ବିନା ସାହାଯ୍ୟରେ ପୂରଣ କରିପାରିବେ । ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷାରେ ସଫଳତା ପାଇବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ଧନୁ:-
ଶୁଭ ସମାଚାର ଶୁଣିବେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । କୌଣସି ବ୍ୟବସାୟକୁ ନେଇ ଭାଗୀଦାରଙ୍କ ସହିତ ମିଶି ଯୋଜନା କରି ପାରନ୍ତି । ସହକର୍ମୀଙ୍କ ସହିତ ବିରୋଧ ଭାବକୁ ଦୂର କରିବାରେ ସଫଳ ହେବେ । ନିଜର କାର୍ଯ୍ୟପ୍ରତି ସମର୍ପଣ ଭାବନା ହେତୁ ଆପଣଙ୍କୁ ସମ୍ମାନ ମିଳିପାରେ । ରାଜନୀତି କ୍ଷେତ୍ରରେ ଶତୃମାନେ ପରାସ୍ତ ହେବେ । ମଧୁରଭାଷୀ ହେତୁ ଲୋକମାନେ ପ୍ରଭାବିତ ହେବେ ଓ ପରିବାର ସ୍ତରରେ ଚିନ୍ତାରୁ ମୁକ୍ତି ମିଳିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମକର:-
ସନ୍ତାନ ମାନଙ୍କ ସହିତ ସମୟ ବିତାଇବେ । ବ୍ୟବସାୟରେ ସଙ୍ଘର୍ଷ କରିବା ପରେ ସଫଳତା ପାଇବେ । ଅଳ୍ପ ଚେଷ୍ଟା କରି କାର୍ଯ୍ୟରେ ସିଦ୍ଧ ହେବେ । ପରିବାରର ପରିବେଶ ଅନୁଶାସିତ ଓ ମଧୁର ରହିବ । କଳା କ୍ଷେତ୍ରରେ ସମ୍ମାନ ମିଳିବ । ଟେକ୍ନିକାଲ୍ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ବରିଷ୍ଟ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ଭଲ ରହିବ । ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ । ଦୂରଯାତ୍ରା କରିବାକୁ ପଡିପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
କୁମ୍ଭ:-
ସବୁ କ୍ଷେତ୍ରରେ ଲାଭ ମିଳିବ । ସକରାତ୍ମକ ଚିନ୍ତା ଦ୍ୱାରା ଉନ୍ନତି କରିପାରିବେ । ଜୀବନସାଥୀ ମନୋବଳକୁ ବଢ଼ାଇବାରେ ସାହାଯ୍ୟ କରିବେ । ନୂଆ ଗାଡି କିଣିବାକୁ ବିଚାର କରିବେ । ବୌଦ୍ଧିକ ଗୁଣ ବୃଦ୍ଧି ହୋଇ ମନ ଖୁସି ରହିବ । ଚାକିରୀ କ୍ଷେତ୍ରରେ ଉଚ୍ଚପଦ ପାଇବାର ସମ୍ଭାବନା ଅଛି । ଲେଖନ କାର୍ଯ୍ୟରେ ପ୍ରଶଂସା ମିଳିବ । ନିଜ ଯୋଜନା ମୁତବକ କାର୍ଯ୍ୟ ଆରମ୍ଭ କରି ପାରିବେ । ପରିବାର ସହିତ ମିଶି କୌଣସି ପାର୍ଟିର ଆୟୋଜନ କରିପାରନ୍ତି । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
ମୀନ:-
ଶିକ୍ଷା କ୍ଷେତ୍ରରେ ସମସ୍ୟା ଦୂର ହେବ ଓ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ । ନିଜ ସମ୍ପର୍କକୁ ଭଲ ଉପଯୋଗ କରିବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଦାମୀ ଜିନିଷ ପ୍ରତି ଆଗ୍ରହୀ ହେବେ । ଯେତେ ଜଟିଳ ପରିସ୍ଥିତିର ସାମ୍ନା କରି ମନୋବଳ ଦୃଢ଼ ହେବ । ରାଜନୀତି କ୍ଷେତ୍ରରେ ବୌଦ୍ଧିକ ନିର୍ଣ୍ଣୟ ନେଇ ପାରନ୍ତି । ପିଲାମାନେ ବାପା ମାଆଙ୍କୁ ଆଦର କରିବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।