ଆଜିଠୁ ଦିଲ୍ଲୀରେ ଅନଲକ୍-୪, ଖୋଲିବ ପବ୍ଲିକ୍ ପାର୍କ ଓ ବାର୍
- ଉତ୍ତରପ୍ରଦେଶରେ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ରେସ୍ତୁରାଣ୍ଟ ଓ ମଲ୍ ଖୋଲିବ
ନୂଆଦିଲ୍ଲୀ : ଆଜିଠୁ ଦିଲ୍ଲୀରେ ଅନଲକ୍-୪ । ଆଜିଠୁ ଖୋଲିବ ରାଜଧାନୀବାସୀଙ୍କ ପାଇଁ ଖୋଲିବ ପବ୍ଲିକ୍ ପାର୍କ ଓ ବାର୍ । ଡ଼ିଡ଼ିଏମଏ କହିଛି ଯେ ବାରଗୁଡିକ ମଧ୍ୟାହ୍ନ ୧୨ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତା ସହିତ ଖୋଲାଯିବ । ରେଷ୍ଟୁରାଣ୍ଟ ଏବଂ ବାର୍ ମାଲିକମାନଙ୍କୁ କୋଭିଡ ସୁରକ୍ଷା ବ୍ୟବସ୍ଥା ଏବଂ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀ ଏବଂ ନିୟମାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିଭଳି ଉତ୍ତର ପ୍ରଦେଶରେ ଆଜିଠୁ କୋଭିଡ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ରେସ୍ତୁରାଣ୍ଟ ଏବଂ ମଲ୍ ଖୋଲିବ । ରେଷ୍ଟୁରାଣ୍ଟ ଏବଂ ହୋଟେଲ ଫାଟକରେ ପଲ୍ସ ଅକ୍ସିମିଟର, ଇନଫ୍ରାଡ୍ ଥର୍ମୋମିଟର ଏବଂ ସାନିଟାଇଜର ସହିତ କୋଭିଡ୍ ହେଲ୍ପ ଡେସ୍କ ସ୍ଥାପନ କରାଯିବ । ତେବେ ଗୋଟିଏ ଚେୟାର ଛାଡି ଆଉ ଗୋଟିଏ ଚେୟାର ରଖାଯିବାକୁ ନିଷ୍ପତ୍ତି ହୋଇଛି । ତେବେ ମଝି ଚେୟାରରେ ନ ବସିବା ପାଇଁ କ୍ରସ୍ କିମ୍ବା ‘ବସ ନାହିଁ’ ବୋଲି ଲେଖା ରହିବ । ମଲ୍ ଦୋକାନ ଏବଂ ରେଷ୍ଟୁରାଣ୍ଟ ପାଇଁ ସମାନ ବ୍ୟବସ୍ଥା ପ୍ରଯୁଜ୍ୟ ହେବ । ମିଠା, ଷ୍ଟ୍ରିଟ୍ ଫୁଡ୍ ଏବଂ ଫାଷ୍ଟଫୁଡ୍ ଦୋକାନଗୁଡିକରେ, ଏହି ସର୍ତ୍ତଗୁଡିକ ଅନୁସରଣ କରାଯିବ । ବସିବା କିମ୍ବା ଠିଆ ହୋଇ ଦୋକାନରେ ଖାଇବାକୁ ଅନୁମତି ଦିଆଯାଇଛି । ସୂଚନା ଥାଉକି, ଡ଼ିଡ଼ିଏମଏ ଏହାର କ୍ରମରେ କହିଛି ଯେ ସର୍ବସାଧାରଣ ପାର୍କ, ବଗିଚା ଏବଂ ଗଲ୍ଫ କ୍ଲବ ଖୋଲାଯିବ । ଖୋଲା ସ୍ଥାନରେ ଯୋଗକୁ ମଧ୍ୟ ଅନୁମତି ଦିଆଯାଇଛି। ଏଥିରେ କୁହାଯାଇଛି ଯେ ନିଷେଧ କରାଯାଇଥିବା କାର୍ଯ୍ୟକଳାପ ଏବଂ ସେବାରେ ବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନ, ସିନେମା ହଲ୍, ଜିମ୍, ସ୍ପା, ସମସ୍ତ ପ୍ରକାର ରାଜନୈତିକ, ସାମାଜିକ, ସାଂସ୍କୃତିକ, ଧାର୍ମିକ ସମାବେଶ ଅନ୍ତର୍ଭୁକ୍ତ ଯାହା ଜୁନ୍ ୨୮ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସବୁ ନିର୍ଦ୍ଦେଶାବଳୀ ନମାନିଲେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି