ଦେଶରେ ଆଜି ସୁଦ୍ଧା ୫୬କୋଟି ୯୪ହଜାର ୫୮୧ ଟିକାକରଣ
ନୂଆଦିଲ୍ଲୀ : ଦେଶରେ ମଙ୍ଗଳବାର ସୁଦ୍ଧା ୫୬ କୋଟି ୯୪ ହଜାର ୫୮୧ ଜଣ କୋଭିଡ ପ୍ରତିଷେଧକ ଟିକା ନେଇଥିବା କେନ୍ଦ୍ର ସରକାରଙ୍କ ଇଣ୍ଡିଆ ଫାଇଟସ କରୋନା ୱେବସାଇଟରୁ ସୂଚନା ମିଳିଛି। ଆଜି ଗୋଟିଏ ଦିନରେ ୪୯ ଲକ୍ଷ ୪୮ ହଜାର ୯୬୫ ଡୋଜ ଟିକା ଦିଆଯାଇଥିବା ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୫୬ କୋଟି ୮୧ ଲକ୍ଷ ୩୨ ହଜାର ୭୫୦ ଡୋଜ୍ ଟିକା ଯୋଗାଇ ଦିଆଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖକୁ ପୁଣି ୧ କୋଟି ୯ ଲକ୍ଷ ୩୨ ହଜାର ୯୬୦ ଡୋଜ୍ ଟିକା ପଠାଯାଉଛି।
ଏବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ୨ କୋଟି ୨୫ ଲକ୍ଷ ୫୨ ହଜାର ୫୨୩ ଡୋଜ ଟିକା ବଳକା ରହିଛି। ଚଳିତବର୍ଷ ଜୁନ୍ ୨୧ ତାରଖରୁ ନୂଆ ପର୍ଯ୍ୟାୟ ସାର୍ବଜନୀନ ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଅଧିକା ଟିକା ଉପଲବ୍ଧତା ଏବଂ ଟିକା ଉପଲବ୍ଧତା ସଂକ୍ରାନ୍ତରେ ଆଗୁଆ ସୂଚନା ଯୋଗାଇ ଦିଆଯାଇ ଯୋଗାଣ ଶୃଙ୍ଖଳକୁ ଯଥାଯଥ କରିବା ସଙ୍ଗେ ସଙ୍ଗେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଯୋଭଳି ଟିକା ପ୍ରଦାନ ପ୍ରକ୍ରିୟା ଶୃଙ୍ଖଳିତ ଭାବେ କରି କାରିବେ ସେଥିଲାଗି ସୁବିଧା ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଟିକା ଯୋଗାଉଛନ୍ତି।