ବିଶ୍ୱରେ ଆଉ ୪,୭୯,୨୩୮ ସଂକ୍ରମିତ ଓ ୭,୪୫୩
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୩୨ଲକ୍ଷ ୧ହଜାର ୮୯୨ ଓ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୫୨ହଜାର ୧୭୯କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୭୯ହଜାର ୨୩୮ ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୪୫୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧କୋଟି ୩୨ଲକ୍ଷ ୧ହଜାର ୮୯୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪ଲକ୍ଷ ୫୨ହଜାର ୧୭୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୯କୋଟି ୭ଲକ୍ଷ ୯୯ହଜାର ୭୦୪ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୭୯ଲକ୍ଷ ୫୦ହଜାର ୯ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ମୋଟ ୩କୋଟି ୮୭ଲକ୍ଷ ୪୪ହଜାର ୪୧୧ ସଂକ୍ରମିତ ଓ ୬ଲକ୍ଷ ୪୫ହଜାର ୮୭୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୨କୋଟି ୫ ଲକ୍ଷ ୮୩ହଜାର ୯୯୪ ସଂକ୍ରମିତ ଓ ୫ଲକ୍ଷ ୭୪ ହଜାର ୯୪୪ମୃତ, ଋଷିଆରେ ୬୭ ଲକ୍ଷ ୬୬ ହଜାର ୫୪୧ ସଂକ୍ରମିତ ଓ ୧ଲକ୍ଷ ୭୬ ହଜାର ୮୨୦ ମୃତ, ଫ୍ରାନ୍ସରେ ୬୬ ଲକ୍ଷ ୨୪ ହଜାର ୭୭୭ ସଂକ୍ରମିତ ଓ ୧ ଲକ୍ଷ ୧୩ ହଜାର ୪୧୯ ମୃତ, ୟୁକେରେ ୬୫ ଲକ୍ଷ ୨୪ ହଜାର ୫୮୧ ସଂକ୍ରମିତ ଓ ୧ ଲକ୍ଷ ୩୧ ହଜାର ୬୮୦ ମୃତ, ତୁର୍କୀରେ ୬୨ ଲକ୍ଷ ୩୪ହଜାର ୫୨୦ ସଂକ୍ରମିତ ଓ ୫୪ ହଜାର ୭୬୫ ମୃତ, ଆର୍ଜେଣ୍ଟିନାରେ ୫୧ ଲକ୍ଷ ୩୯ ହଜାର ୯୬୬ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୬୦୯ମୃତ, କଲୋମ୍ବିଆରେ ୪୮ ଲକ୍ଷ ୯୨ ହଜାର ୨୩୫ ସଂକ୍ରମିତ ଓ ୧ ଲକ୍ଷ ୨୪ ହଜାର ୩୧୫ମୃତ, ସ୍ପେନରେ ୪୭ ଲକ୍ଷ ୯୪ ହଜାର ୩୫୨ ସଂକ୍ରମିତ ଓ ୮୩ ହଜାର ୩୩୭ ମୃତ, ଇରାନରେ ୪୭ ଲକ୍ଷ ୧୫ ହଜାର ୭୭୧ ସଂକ୍ରମିତ ଓ ୧ ଲକ୍ଷ ୨ ହଜାର ୬୮୪ମୃତ ରହିଛନ୍ତି।