ବିଶ୍ୱରେ ଆଉ ୪,୬୯,୪୧୯ ସଂକ୍ରମିତ ଓ ୭,୫୭୬ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୯୫ଲକ୍ଷ ୫୨ହଜାର ୧୪୯ ଓ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୪୭ହଜାର ୯୪୭କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ଆମେରିକା, ଭାରତ, ବ୍ରାଜିଲ, ରୁଷିଆ, ଫ୍ରାନ୍ସ, କାନାଡା, ଜର୍ମାନୀ, ଫ୍ରାନ୍ସ ଆଦି ଦେଶରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୬୯ହଜାର ୪୧୯ ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୫୭୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୯୫ଲକ୍ଷ ୫୨ହଜାର ୧୪୯ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨ଲକ୍ଷ ୪୭ହଜାର ୯୪୭ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୮କୋଟି ୨୨ହଜାର ୧୭୮ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୫୨ଲକ୍ଷ ୮୨ହଜାର ୨୪ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୮ଲକ୍ଷ ୮୯ହଜାର ୧୩୧ ସଂକ୍ରମିତ ଓ ୬ଲକ୍ଷ ୨୯ହଜାର ୮୪୭ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୯ଲକ୍ଷ ୫୩ହଜାର ୫୦୧ ସଂକ୍ରମିତ ଓ ୫ଲକ୍ଷ ୫୭ ହଜାର ୩୫୯ମୃତ, ଋଷିଆରେ ୬୩ ଲକ୍ଷ ୧୨ ହଜାର ୧୮୫ ସଂକ୍ରମିତ ଓ ୧ଲକ୍ଷ ୬୦ ହଜାର ୧୩୭ ମୃତ, ଫ୍ରାନ୍ସରେ ୬୧ ଲକ୍ଷ ୫୧ ହଜାର ୮୦୩ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୯୩୬ ମୃତ, ୟୁକେରେ ୫୯ ଲକ୍ଷ ୨ ହଜାର ୩୫୪ ସଂକ୍ରମିତ ଓ ୧ ଲକ୍ଷ ୨୯ ହଜାର ୭୪୩ ମୃତ, ତୁର୍କୀରେ ୫୭ ଲକ୍ଷ ୭୦ ହଜାର ୮୩୩ ସଂକ୍ରମିତ ଓ ୫୧ ହଜାର ୫୧୯ମୃତ, ଆର୍ଜେଣ୍ଟିନାରେ ୪୯ ଲକ୍ଷ ୪୭ ହଜାର ୩୦ ସଂକ୍ରମିତ ଓ ୧ ଲକ୍ଷ ୬ ହଜାର ୪୫ମୃତ, କଲୋମ୍ବିଆରେ ୪୮ ଲକ୍ଷ ୧ ହଜାର ୫୦ ସଂକ୍ରମିତ ଓ ୧ ଲକ୍ଷ ୨୧ ହଜାର ୨୧୬ମୃତ, ସ୍ପେନରେ ୪୫ ଲକ୍ଷ ୨ ହଜାର ୯୮୩ ସଂକ୍ରମିତ ଓ ୮୧ ହଜାର ୬୪୩ ମୃତ, ଇଟାଲିରେ ୪୩ ଲକ୍ଷ ୫୮ ହଜାର ୫୩୩ ସଂକ୍ରମିତ ଓ ୧ଲକ୍ଷ ୨୮ ହଜାର ୮୮ମୃତ ରହିଛନ୍ତି ।