ବିଶ୍ୱରେ ଆଉ ୪,୭୩,୪୦୪ ସଂକ୍ରମିତ ଓ ୬,୯୧୯ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୭ଲକ୍ଷ ୪୪ହଜାର ୧୨୦ ଓ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୯୮ହଜାର ୪୦୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୭୩ହଜାର ୪୦୪ଜଣ ସଂକ୍ରମିତ ହୋଇଥିବାବେଳେ ୬ହଜାର ୯୧୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୭ଲକ୍ଷ ୪୪ହଜାର ୧୨୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୯୮ହଜାର ୪୦୪ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୩୮ଲକ୍ଷ ୮ହଜାର ୮୫୮ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୨୮ଲକ୍ଷ ୩୬ହଜାର ୮୫୮ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୯ଲକ୍ଷ ୫୩ହଜାର ୧୨୫ ସଂକ୍ରମିତ ଓ ୬ଲକ୍ଷ ୨୪ହଜାର ୭୧୩ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୩ଲକ୍ଷ ୪୨ହଜାର ୪୪୮ ସଂକ୍ରମିତ ଓ ୫ଲକ୍ଷ ୪୧ ହଜାର ୩୪୨ମୃତ, ଋଷିଆରେ ୫୯ ଲକ୍ଷ ୩୩ ହଜାର ୧୧୫ ସଂକ୍ରମିତ ଓ ୧ଲକ୍ଷ ୪୭ ହଜାର ୬୫୫ ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୫୫ ହଜାର ୧୯୮ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୪୬୭ ମୃତ, ତୁର୍କୀରେ ୫୫ ଲକ୍ଷ ୨୨ ସଂକ୍ରମିତ ଓ ୩୯ ହଜାର ୫୦ ହଜାର ୪୮୮ ମୃତ, ୟୁକେରେ ୫୩ ଲକ୍ଷ ୮୬ ହଜାର ୩୪୦ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୬୮୩ ମୃତ, ଆର୍ଜେଣ୍ଟିନାରେ ୪୭ ଲକ୍ଷ ୪୯ ହଜାର ୪୪୩ ସଂକ୍ରମିତ ଓ ୧ ଲକ୍ଷ ୧ ହଜାର ୪୩୪ମୃତ, କଲୋମ୍ବିଆରେ ୪୬ ଲକ୍ଷ ୨୧ ହଜାର ୨୬୦ ସଂକ୍ରମିତ ଓ ୧ ଲକ୍ଷ ୧୫ ହଜାର ୮୩୧ମୃତ, ଇଟାଲିରେ ୪୨ ଲକ୍ଷ ୮୪ ହଜାର ୩୩୨ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୮୬୪ମୃତ, ସ୍ପେନରେ ୪୧ ଲକ୍ଷ ୦୦ ହଜାର ୨୨୨ ସଂକ୍ରମିତ ଓ ୮୧ ହଜାର ୯୬ ମୃତ ରହିଛନ୍ତି ।