ବିଶ୍ୱରେ ଆଉ ୪ଲକ୍ଷ ୧ହଜାର ୪୮୯ଜଣ ସଂକ୍ରମିତ ଓ ୧୦ହଜାର ୯୫୧ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୧ହଜାର ୪୮୯ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୯୫୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୬୦ଲକ୍ଷ ୨୧ହଜାର ୮୧୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭ଲକ୍ଷ ୯୯ହଜାର ୮୦୫ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୫କୋଟି ୯୯ଲକ୍ଷ ୨୭ହଜାର ୬୧୬ ସୁସ୍ଥ ହୋଇ ଥିବାବେଳେ ୧କୋଟି ୨୨ଲକ୍ଷ ୯୪ହଜାର ୩୯୦ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୩ଲକ୍ଷ ୪ହଜାର ୮୧୧ ସଂକ୍ରମିତ ଓ ୬ଲକ୍ଷ ୧୪ହଜାର ୭୦୫ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୭୩ଲକ୍ଷ ୧ହଜାର ୨୨୦ସଂକ୍ରମିତ ଓ ୪ଲକ୍ଷ ୮୪ହଜାର ୩୫୦ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୩୩ ହଜାର ୮୩୮ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୩୪୪ ମୃତ, ତୁର୍କୀରେ ୫୩ ଲକ୍ଷ ୧୯ ହଜାର ୩୫୯ ସଂକ୍ରମିତ ଓ ୪୮ ହଜାର ୫୯୩ ମୃତ, ଋଷିଆରେ ୫୧ ଲକ୍ଷ ୮୦ ହଜାର ୪୫୪ ସଂକ୍ରମିତ ଓ ୧ଲକ୍ଷ ୨୫ ହଜାର ୬୭୪ ମୃତ, ୟୁକେରେ ୪୫ ଲକ୍ଷ ୫୦ ହଜାର ୯୪୪ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୮୮୪ ମୃତ, ଇଟାଲିରେ ୪୨ ଲକ୍ଷ ୪୧ ହଜାର ୭୬୦ ସଂକ୍ରମିତ ଓ ୧ଲକ୍ଷ ୨୬ ହଜାର ୯୨୪ମୃତ, ଆର୍ଜେଣ୍ଟିନାରେ ୪୦ ଲକ୍ଷ ୯୩ ହଜାର ୯୦ ସଂକ୍ରମିତ ଓ ୮୪ ହଜାର ୬୨୮ ମୃତ, ସ୍ପେନରେ ୩୭ ଲକ୍ଷ ୩୩ ହଜାର ୬୦୦ ସଂକ୍ରମିତ ଓ ୮୦ ହଜାର ୫୦୧ ମୃତ, ଜର୍ମାନୀରେ ୩୭ ଲକ୍ଷ ୨୦ ହଜାର ୮୧୧ ସଂକ୍ରମିତ ଓ ୯୦ ହଜାର ୩୯୮ମୃତ ରହିଛନ୍ତି ।