ବିଶ୍ୱରେ ଆଉ ୩ଲକ୍ଷ ୩୦ହଜାର ୫୨୬ଜଣ ସଂକ୍ରମିତ ଓ ୭ହଜାର ୪୩୭ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୪୦ଲକ୍ଷ ୩୪ହଜାର ୨୮୦ ଓ ମୃତ୍ୟୁ ସଂଖ୍ୟା ୩୭ଲକ୍ଷ ୪୩ହଜାର ୧୮୮
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ସୋମବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୩୦ହଜାର ୫୨୬ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୪୩୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୪୦ଲକ୍ଷ ୩୪ହଜାର ୨୮୦ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭ଲକ୍ଷ ୪୩ହଜାର ୧୮୮ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୫କୋଟି ୭୩ଲକ୍ଷ ୭୮୦ ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୨୯ଲକ୍ଷ ୯୦ହଜାର ୩୧୨ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୨ଲକ୍ଷ ୧୦ହଜାର ୨୪୭ ସଂକ୍ରମିତ ଓ ୬ଲକ୍ଷ ୧୨ହଜାର ୩୬୩ ଜଣ ମୃତ ଥିବାବେଳେ
ବ୍ରାଜିଲରେ ୧କୋଟି ୬୯ଲକ୍ଷ ୪୭ ହଜାର ୬୨ସଂକ୍ରମିତ ଓ ୪ଲକ୍ଷ ୭୩ହଜାର ୪୯୫ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୧୨ ହଜାର ୭୫୩ ସଂକ୍ରମିତ ଓ ୧ ଲକ୍ଷ ୯ ହଜାର ୯୯୮ ମୃତ, ତୁର୍କୀରେ ୫୨ ଲକ୍ଷ ୮୭ ହଜାର ୯୮୦ ସଂକ୍ରମିତ ଓ ୪୮ ହଜାର ୧୬୪ ମୃତ, ଋଷିଆରେ ୫୧ ଲକ୍ଷ ୨୬ ହଜାର ୪୩୭ ସଂକ୍ରମିତ ଓ ୧ଲକ୍ଷ ୨୩ ହଜାର ୭୮୩ ମୃତ, ୟୁକେରେ ୪୫ ଲକ୍ଷ ୧୬ ହଜାର ୮୯୨ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୮୪୦ ମୃତ, ଇଟାଲିରେ ୪୨ ଲକ୍ଷ ୩୨ ହଜାର ୪୨୮ ସଂକ୍ରମିତ ଓ ୧ଲକ୍ଷ ୨୬ ହଜାର ୫୨୩ମୃତ, ଆର୍ଜେଣ୍ଟିନାରେ ୩୯ ଲକ୍ଷ ୫୫ ହଜାର ୪୩୯ ସଂକ୍ରମିତ ଓ ୮୧ ହଜାର ୨୧୪ ମୃତ, ଜର୍ମାନୀରେ ୩୭ ଲକ୍ଷ ୮ ହଜାର ୭୭୯ ସଂକ୍ରମିତ ଓ ୮୯ ହଜାର ୨୧୪ମୃତ, ସ୍ପେନରେ ୩୬ ଲକ୍ଷ ୯୭ ହଜାର ୯୮୭ ସଂକ୍ରମିତ ଓ ୮୦ ହଜାର ୧୯୬ ମୃତ ରହିଛନ୍ତି ।