ବିଶ୍ୱରେ ଆଉ ୩ଲକ୍ଷ ୯୧ହଜାର ୨୭୨ ସଂକ୍ରମିତ ଓ ୮ହଜାର ୯୭୫ ମୃତ
- ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୩୭ଲକ୍ଷ ୩ହଜାର ୭୫୪ ଓ ମୃତ୍ୟୁ ସଂଖ୍ୟା ୩୭ଲକ୍ଷ ୩୫ହଜାର ୭୫୧କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୯୧ହଜାର ୨୭୨ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୯୭୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୩୭ଲକ୍ଷ ୩ହଜାର ୭୫୪ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭ଲକ୍ଷ ୩୫ହଜାର ୭୫୧ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୫କୋଟି ୬୮ଲକ୍ଷ ୧୦ହଜାର ୭୫୯ ସୁସ୍ଥ ହୋଇ ଥିବାବେଳେ ୧କୋଟି ୩୧ଲକ୍ଷ ୫୭ହଜାର ୨୪୪ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୨ଲକ୍ଷ ୩ହଜାର ୭୦୮ ସଂକ୍ରମିତ ଓ ୬ଲକ୍ଷ ୧୨ହଜାର ୧୯୬ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୬୯ଲକ୍ଷ ୭ ହଜାର ୪୨୫ସଂକ୍ରମିତ ଓ ୪ଲକ୍ଷ ୭୨ହଜାର ୬୨୯ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୭ ହଜାର ୬୮୩ ସଂକ୍ରମିତ ଓ ୧ ଲକ୍ଷ ୯ ହଜାର ୯୭୩ ମୃତ, ତୁର୍କୀରେ ୫୨ ଲକ୍ଷ ୮୨ ହଜାର ୫୯୪ ସଂକ୍ରମିତ ଓ ୪୮ ହଜାର ୬୮ ମୃତ, ଋଷିଆରେ ୫୧ ଲକ୍ଷ ୧୭ ହଜାର ୨୭୪ ସଂକ୍ରମିତ ଓ ୧ଲକ୍ଷ ୨୩ ହଜାର ୪୩୬ ମୃତ, ୟୁକେରେ ୪୫ ଲକ୍ଷ ୧୧ ହଜାର ୬୬୯ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୮୩୬ ମୃତ, ଇଟାଲିରେ ୪୨ ଲକ୍ଷ ୩୦ ହଜାର ୧୫୩ ସଂକ୍ରମିତ ଓ ୧ଲକ୍ଷ ୨୬ ହଜାର ୪୭୨ମୃତ, ଆର୍ଜେଣ୍ଟିନାରେ ୩୯ ଲକ୍ଷ ୩୯ ହଜାର ୨୪ ସଂକ୍ରମିତ ଓ ୮୦ ହଜାର ୮୬୭ ମୃତ, ଜର୍ମାନୀରେ ୩୭ ଲକ୍ଷ ୬ ହଜାର ୯୩୪ ସଂକ୍ରମିତ ଓ ୮୯ ହଜାର ୮୨୫ମୃତ, ସ୍ପେନରେ ୩୬ ଲକ୍ଷ ୯୭ ହଜାର ୯୮୭ ସଂକ୍ରମିତ ଓ ୮୦ ହଜାର ୧୯୬ ମୃତ ରହିଛନ୍ତି ।