ରାଜ୍ୟରେ ଆଉ ୩,୪୦୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ରବିବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩ହଜାର ୪୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୯୪୩ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୪୬୫ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୪୭୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୯୩ ଜଣ ଥିବାବେଳେ ବାଲେଶ୍ୱରରୁ ୨୫୧ଜଣ, ବରଗଡ଼ରୁ ୨୪ଜଣ, ଭଦ୍ରକରୁ ୧୬୯ଜଣ, ବଲାଙ୍ଗୀରରୁ ୨୨ଜଣ, ବୌଦ୍ଧରୁ ୨୮ଜଣ, କଟକରୁ ୫୫୩ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୭୩ଜଣ, ଗଜପତିରୁ ୧୪ଜଣ, ଗଞ୍ଜାମରୁ ୧୭ଜଣ, ଜଗତସିଂହପୁରରୁ ୧୦୩ଜଣ, ଯାଜପୁରରୁ ୨୫୮ଜଣ, ଝାରସୁଗୁଡ଼ାରୁ ୧୯ଜଣ, କଳାହାଣ୍ଡିରୁ ୧୫ଜଣ, କନ୍ଧମାଳରୁ ୧୯ଜଣ, କେନ୍ଦ୍ରାପଡ଼ାରୁ ୧୧୦ଜଣ, କେନ୍ଦୁଝରରୁ ୭୦ଜଣ, ଖୋର୍ଦ୍ଧାରୁ ୫୮୨ଜଣ, କୋରାପୁଟରୁ ୭୬ଜଣ, ମାଲକାନଗିରିରୁ ୭୩ଜଣ, ମୟୁରଭଞ୍ଜରୁ ୧୫୮ଜଣ, ନବରଙ୍ଗପୁରରୁ ୪୩ଜଣ, ନୟାଗଡ଼ରୁ ୧୬୦ଜଣ, ନୂଆପଡାରୁ ୬ଜଣ, ପୁରୀରୁ ୨୧୫ଜଣ, ରାୟଗଡ଼ାରୁ ୭୭ଜଣ, ସମ୍ବଲପୁରରୁ ୨୮ଜଣ, ସୋନପୁରରୁ ୧୬ଜଣ, ସୁନ୍ଦରଗଡ଼ରୁ ୩୭ଜଣ ଏବଂ ରାଜ୍ୟ ପୁଲ୍ରୁ ୯୫ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୦୦,୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୬୩,୮୨୪ ଜଣ ସୁସ୍ଥ ହୋଇଥିବା ବେଳେ ୩୨ହଜାର ୭୦୬ଜଣ ସକ୍ରିୟ ମାମଲା ରହିଛି ।