ରାଜ୍ୟରେ ଆଉ ୬୩୪ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ବୁଧବାର ଆଉ ୬୩୪ କରୋନା ଆକ୍ରାନ୍ତ ସୁସ୍ଥ। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୨ ହଜାର ୧୧୬ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୯ ଜଣ ଥିବାବେଳେ କଟକରୁ ୭୩ , ଭଦ୍ରକରୁ ୩୧, ବାଲେଶ୍ୱରରୁ ୩୦, ଜଗତସିଂହପୁରରୁ ୨୮, ଯାଜପୁରରୁ ୨୭, ପୁରୀରୁ ୧୯, ମୟୂରଭଂଜରୁ ୧୪, ଅନୁଗୁଳରୁ ୧୩, ସମ୍ବଲପୁରରୁ ୧୨, କେନ୍ଦ୍ରାପଡ଼ାରୁ ୯, ଢେଙ୍କାନାଳରୁ ୮, ସୁନ୍ଦରଗଡ଼ରୁ ୬, ଝାରସୁଗୁଡ଼ାରୁ ୫, କୋରାପୁଟରୁ ୪, ବରଗଡ଼, ଗଜପତି, ଗଂଜାମ, ନୟାଗଡ଼ରୁ ୩ ଜଣ ଲେଖାଏଁ, କନ୍ଧମାଳ, କେନ୍ଦୁଝର, ରାୟଗଡ଼ାରୁ ୨-୨ ଜଣ, ବଲାଙ୍ଗୀର, ଦେବଗଡ଼, କଳାହାଣ୍ଡି, ମାଲକାନଗିରି, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।