ରାଜ୍ୟରେ ଆଉ ୩୪୬୪ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୩୪୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୩୫୯୪୬୭ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଏହି ସୂଚନା ଦେଇଛି ।
ଆଜି ରାଜ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୬୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଖୋର୍ଦ୍ଧାରୁ ୪୪୧, ନୂଆପଡ଼ାରୁ ୩୩୯, କଳାହାଣ୍ଡିରୁ ୨୫୯, କଟକରୁ ୨୦୯, ନବରଙ୍ଗପୁରରୁ ୧୭୨, ସମ୍ବଲପୁରରୁ ୧୫୧, ବରଗଡ଼ରୁ ୧୩୭, ବଲାଙ୍ଗିରରୁ ୧୩୨, କେନ୍ଦୁଝରରୁ ୧୩୧, ପୁରୀରୁ ୧୧୪ ଓ ଝାରସୁଗୁଡ଼ାରୁ ୧୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ମୟୂରଭଞ୍ଜରୁ ୭୧, ବାଲେଶ୍ୱରରୁ ୬୬, ଗଞ୍ଜାମରୁ ୫୬, ଅନୁଗୋଳରୁ ୪୪, ଯାଜପୁରରୁ ୪୩, ରାୟଗଡ଼ାରୁ ୩୭, ଭଦ୍ରକରୁ ୩୩, ଗଜପତିରୁ ୩୩, ଜଗତସିଂହପୁରରୁ ୨୩, ଢେଙ୍କାନାଳରୁ ୨୧, ନୟାଗଡ଼ରୁ ୨୧, ସୋନପୁରରୁ ୧୯, କନ୍ଧମାଳରୁ ୧୬, ଦେବଗଡ଼ରୁ ୧୫, ମାଲକାନଗିରିରୁ ୧୫, ବୌଦ୍ଧରୁ ୧୩, କୋରାପୁଟରୁ ୧୩, କେନ୍ଦ୍ରାପଡ଼ାରୁ ୧୧ ଓ ଷ୍ଟେଟ୍ ପୁଲ୍ ରୁ ୯୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।