ରାଜ୍ୟରେ ଆଉ ୧୦୩୫ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର ଆଉ ୧୦୩୫ କରୋନା ଆକ୍ରାନ୍ତ ସୁସ୍ଥ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୭ହଜାର ୩୬୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ସୂଚନା ଦିଆଯାଇଛି।
ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୩୯୧ ଜଣ ଥିବାବେଳେ କଟକରୁ ୧୩୦, ଯାଜପୁରରୁ ୭୨, ବାଲେଶ୍ୱରରୁ ୬୫, ଜଗତସିଂହପୁରରୁ ୩୯, ଭଦ୍ରକରୁ ୩୦, ମୟୂରଭଂଜରୁ ୨୬, ଅନୁଗୁଳରୁ ୨୨, ପୁରୀରୁ ୧୯, ନୟାଗଡ଼ରୁ ୧୮, ସୁନ୍ଦରଗଡ଼ରୁ ୧୭, କେନ୍ଦୁଝରରୁ ୧୪, ବରଗଡ଼ରୁ ୧୧, କନ୍ଧମାଳ, କେନ୍ଦ୍ରାପଡ଼ାରୁ ୯-୯, ବଲାଙ୍ଗୀର, ଗଂଜାମ, କଳାହାଣ୍ଡିରୁ ୮ ଜଣ ଲେଖାଏଁ, ଦେବଗଡ଼, ସମ୍ବଲପୁରରୁ ୬-୬, ଝାରସୁଗୁଡ଼ା, ମାଲକାନଗିରିରୁ ୫-୫, କୋରାପୁଟ, ନବରଂଗପୁରରୁ ୪-୪, ସୁବର୍ଣ୍ଣପୁରରୁ ୨, ବୌଦ୍ଧ, ନୂଆପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ଏବଂ ରାଜ୍ୟ ପୁଲରୁ ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।