ଦେଶରେ ଆଉ ୪୦,୧୨୦ କରୋନା ସଂକ୍ରମିତ ଚିହ୍ନଟ ଓ ୫୮୫ ମୃତ
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ୱେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିକର ବିଷୟ ହୋଇଛି। ଭାରତରେ କରୋନା ମହାମାରୀର ୨ୟ ଲହର ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଦେଶରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ କମୁଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ହଜାର ଓ ମୃତ୍ୟୁସଂଖ୍ୟା ୫୦୦ ପରି ହୋଇଛି । ଦେଶରେ ଆରୋଗ୍ୟ ହାର ୯୭.୪୬% ରହିଛି। ଏଥିସହିତ ଦୈନିକ ସଂକ୍ରମଣ ହାର ୨.୦୪% ଓ ସାପ୍ତାହିକ ସଂକ୍ରମଣ ହାର ୨.୧୩% ରହିଥିବା ଜଣାଯାଇଛି। ସେହିପରି ଦେଶରେ ମୋଟ୍ ଭ୍ୟାକ୍ସିନେସନ ୫୨କୋଟି ୯୫ ଲକ୍ଷ ୮୨ ହଜାର ୯୫୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୫୭ ଲକ୍ଷ ୩୧ ହଜାର ୫୭୪ ଜଣଙ୍କୁ ଟିକାକରଣ କରାଯାଇଛି।
India reports 40,120 new #COVID19 cases, 42,295 recoveries & 585 deaths in the last 24 hrs, as per Union Health Ministry.
— ANI (@ANI) August 13, 2021
Total cases: 3,21,17,826
Total recoveries: 3,13,02,345
Active cases: 3,85,227
Death toll: 4,30,254
Total vaccinated: 52,95,82,956 (57,31,574 in last 24 hrs) pic.twitter.com/UON8OyTLU5
ଶୁକ୍ରବାର ଗତ ୨୪ଘଣ୍ଟାରେ ୪୦ହଜାର ୧୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୮୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସେହିପରି ଦିନକରେ ୪୨ହଜାର ୨୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୧ଲକ୍ଷ ୧୭ହଜାର ୮୨୬କୁ ବୃଦ୍ଧି ପାଇ ଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୩୦ହଜାର ୨୫୪ରେ ପହଞ୍ଚିଛି । ଅନ୍ୟପକ୍ଷରେ ୩କୋଟି ୧୩ଲକ୍ଷ ୦୨ହଜାର ୩୪୫ଜଣ ସୁସ୍ଥ ହୋଇଥିବା ବେଳେ ୩ଲକ୍ଷ ୮୫ହଜାର ୨୨୭ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।