ଭୁବନେଶ୍ୱର : ୩୨୩ ପଜିଟିଭ୍, ୩୮୭ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ରବିବାର ଦିନ ଆଉ ୩୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୮୦ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ୨୪୩ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୩୮୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆ ଓ ଚନ୍ଦ୍ରଶେଖରପୁରରୁ ସର୍ବାଧିକ ୧୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରି ଓ ଆଇଆରସି ଭିଲେଜରୁ ୧୫ଜଣ ଲେଖାଏଁ ,ଡୁମଡୁମାରୁ ୧୧ ଜଣ , ନୟାପଲ୍ଲୀ ଓ ଓଲ୍ଡଟାଉନ୍ ରୁ ୮ ଜଣ ଲେଖାଏଁ, ବରମୁଣ୍ଡା , ବଡଗଡ, ପାତ୍ରପଡା , ରସୁଲଗଡ, ପଳାଶୁଣି ଓ ସହୀଦନଗରରୁ ୭ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ଚନ୍ଦ୍ରଶେଖରପୁର ୧୧ ଜଣ , ନୟାପଲ୍ଲୀ ଓ ଡୁମଡୁମାରୁ ୮ ଜଣ ଲେଖାଏଁ , ପଟିଆରୁ ୫ ଜଣ, ୟୁନିଟ୍ ୯ , ଲକ୍ଷ୍ମୀସାଗରଓ ଶୈଳଶ୍ରୀବିହାରରୁ ୪ ଜଣ ଲେଖାଏଁ କ୍ୱରେଂଟାଇନ୍ ମାମଲା ରହିଛି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯୧୮୫ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୮୭୩୧୪ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୪୧୫ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୪୩୫ ରହିଛି ।