ଭୁବନେଶ୍ୱର : ୭୫୩ ପଜିଟିଭ୍ ଓ ୧୨୭୫ ସୁସ୍ଥ
ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ମଧ୍ୟ ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଶୁକ୍ରବାର ଆଉ ୭୫୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୨୬ ଜଣ କ୍ୱାରେଂଟାଇନ୍ ରୁ ରହିଥିବା ବେଳେ ୬୨୨ ଲୋକାଲ୍ କେସ୍ ରହିଛନ୍ତି । ଅପରପକ୍ଷରେ ୨୪ ଘଂଟାରେ ୧୨୭୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ବିଏମସିର ସୂଚନା ଅନୁସାରେ ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାପଲ୍ଲୀରୁ ୪୨ ଜଣ , ଚନ୍ଦ୍ରଶେଖରପୁରରୁ ୨୮ ଜଣ , ଶୈଳଶ୍ରୀବିହାରରୁ ୨୭ ଜଣ, ଓଲ୍ଡ ଟାଉନ୍ ରୁ ୨୩ ଜଣ , ଝାରପଡାରୁ ୨୨ ଜଣ ,ଲକ୍ଷ୍ମୀସାଗରରୁ ୨୦ ଜଣ,ବଡଗଡରୁ ୧୯ ଜଣ ,ଖଣ୍ଡଗିରିରୁ ୧୮ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଝାରପଡାରୁ ୧୫ ଜଣ ,ଲକ୍ଷ୍ମୀସାଗରରୁ ୧୪ ଜଣ, ନୟାପଲ୍ଲୀ ୮ ଜଣ,ଚନ୍ଦ୍ରଶେଖରପୁରରୁ ୭ ଜଣ , ପଟିଆ ଓ ଖଣ୍ଡଗିରିରୁ ୬ ଜଣ ଲେଖାଏଁ ଆକ୍ରାନ୍ତ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ବିଏମସିର ସୂଚନା ଅନୁଯାୟୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୯୩୨୭ କୁ ବୃଦ୍ଧି ପାଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୬୮୮୨୭ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଏବେ ୧୦୧୩୧ ଜଣ ସକ୍ରିୟ ଆକ୍ରାନ୍ତଙ୍କର ଚିକିତ୍ସା ଜାରି ଥିବା ବେଳେ ମୃତକଙ୍କ ସଂଖ୍ୟା ୩୪୮ ରହିଛି ।