ଆଫଗାନିସ୍ତାନରେ ଚାଲିବ ସାରିଆ ଆଇନ
କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲକୁ କାବୁ କରିବାର ୨୨ ଦିନ ପରେ ତାଲିବାନ ନିଜ ସରକାର ଘୋଷଣା କରିଛି । ତାଲିବାନର ମୁଖ୍ୟ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏବେ ଏହି ଦେଶରେ ସାରିଆ ଆଇନରେ ଚାଲିବ । ଏନେଇ ଘୋଷଣା କରିଛି ତାଲିବାନ । ବର୍ତମାନ ଗଠନ ହୋଇସାରିଛି ତାଲିବାନ ସରକାର । ତାଲିବାନର ଏହି ନୂଆ କ୍ୟାବିନେଟ୍ରେ ଅନେକ ଏଭଳି ମୁହଁ ରହିଛି, ଯାହାଙ୍କ ନାଁ ବିଶ୍ୱ ଆତଙ୍କବାଦୀ ଟପ୍ ଲିଷ୍ଟରେ ସାମିଲରେ ଅଛି । କ୍ୟାବିନେଟ ଘୋଷଣା ସହ ତାଲିବାନ ତା’ର ନୂଆ ନୀତିର ମଧ୍ୟ ଘୋଷଣା କରିଛି । ଆଫଗାନିସ୍ତାନରେ ଏବେ ସାରିଆ ଆଇନ ଅନୁଯାୟୀ ଶାସନ ଚାଲିବ ବୋଲି ତାଲିବାନ କହିଛି ।
ଆଇନ ଅନୁଯାୟୀ ଦେଶର ସମସ୍ୟା ସମାଧାନ କରାଯିବ । ଗତ ଦୁଇ ଦଶକ ଧରି ଆମେ ସଂଘର୍ଷ କରିଛୁ । ଏହି ସଂଘର୍ଷର ଏକମାତ୍ର ଉଦ୍ଦେଶ୍ୟ ଥିଲା ପ୍ରଥମେ ବିଦେଶୀ ସୈନ୍ୟଙ୍କୁ ଦେଶରୁ ବାହାର କରିବା ଏବଂ ପରେ ନିଜ ଇସ୍ଲାମିକ ବ୍ୟବସ୍ଥା ଲାଗୁ କରିବା ବୋଲି ତାଲିବାନ କହିଛି । ଇସଲାମିକ ଦେଶର କାହାରି ସହିତ କୌଣସି ଅସୁବିଧା ନାହିଁ, ବିଦେଶୀ ଦେଶମାନେ ମଧ୍ୟ ଆଫଗାନିସ୍ତାନରେ ନିଜର ଦୂତବାସ ପୁଣି ଆରମ୍ଭ କରିବା ଉଚିତ୍ । ଏଥିସହ ଆଫଗାନିସ୍ତାନ ନଛାଡିବା ପାଇଁ ଲୋକଙ୍କୁ ତାଲିବାନ ନିବେଦନ କରିଛି ।