ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିନ! ଜାଣନ୍ତୁ କାହିଁକି ପାଳନ କରାଯାଏ ହଗ ଡେ, କିପରି କରିବେ ନିଜ ସାଥୀଙ୍କୁ ଆଲିଙ୍ଗନ
ଆଜି ଭାଲେନଣ୍ଟାଇନ୍ ୱିକର ଷଷ୍ଠ ଦିନ। ଏହାକୁ ହଗ୍ ଡେ’ କହନ୍ତି । ଆଜିର ଦିନରେ ପ୍ରେମୀଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜ ମଧ୍ୟରେ ପ୍ରେମ ବଢାଇଥାନ୍ତି। ତେବେ ଆସନ୍ତୁ ଜାଣିବା ହଗ ବା ଆଲିଙ୍ଗନର କି ମହତ୍ତ୍ବ ରହିଛି ଆମ ଜୀବନରେ।
ଆଲିଙ୍ଗନ କରିବା ଦ୍ବାରା ପରସ୍ପର ପ୍ରତି ବିଶ୍ବାସ ବଢ଼ିବା ସହ ସମ୍ପର୍କ ମଜବୁତ ହୋଇଥାଏ। ଆଲିଙ୍ଗନ କରିବା ଦ୍ବାରା ଆତ୍ମସମ୍ମାନ ବଢ଼ିବା ସହ ମାନସିକ ଅବସ୍ଥା ଠିକ୍ ରହିଥାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲିଙ୍ଗନ କରି ରହିଲେ, ଶରୀରରେ ସେରୋଟୋନିନ୍ ହରମୋନ୍ ସ୍ତର ବଢ଼ିଥାଏ । ଯାହା ଖରାପ ମୁଡ୍କୁ ଭଲ କରିଥାଏ। ଯଦି ଆପଣ ଏକା ବା କୌଣସି କଥାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଯାଇ କାହାକୁ ଆଲିଙ୍ଗନ କରନ୍ତୁ । ଏହା ଦ୍ବାରା ଅକ୍ସିଟୋସିନ୍ର ସ୍ତର ଶୀଘ୍ର ଶରୀରରେ ବଢ଼ିବା ସହ ଏହା ରାଗ, ଏକ୍ଲାପଣକୁ ଦୂର କରିଦେବ । ଆଲିଙ୍ଗନ କରିବା ଦ୍ବାରା ମାଂସପେଶୀକୁ ଆରାମ ମିଳିଥାଏ ।
ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିବସକୁ ‘ହଗ ଡେ’ ଭାବରେ ପାଳନ କରାଯାଇଥାଏ । ‘ହଗ ଡେ’ରେ ପ୍ରେମୀ ଯୁଗଳ ନିଜର ଆବେଗକୁ ପ୍ରକାଶ କରିବା ସହିତ ପରସ୍ପର ପ୍ରତି ବିଶ୍ୱାସନୀୟତା, ପବିତ୍ରତା ଏବଂ ଭରସାକୁ ନିଜ ପ୍ରେମ ମାଧ୍ୟମରେ ଦର୍ଶାଇଥାନ୍ତି । ଏହି ଦିନର ନିଜର କିଛି ସ୍ୱତନ୍ତ୍ରତା ରହିଛି । ଆଲିଙ୍ଗନର ଅର୍ଥ ଜଣଙ୍କ ପ୍ରତି ପ୍ରେମ ଓ ଭଲପାଇବାକୁ ବୁଝାଇଥାଏ । କିନ୍ତୁ ଧୀରେ ଧୀରେ ଏହା ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତ୍ତୀ ହୋଇ ଭାଲେଣ୍ଟାଇନ ଦିବସର ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେରେ ପାଳନ କରାଯାଇଛି । କେବଳ ପ୍ରେମୀ ଯୁଗଳ ନୁହନ୍ତି ପ୍ରତ୍ୟେକ ବ୍ୟକ୍ତି ନିଜର ପ୍ରିୟ ମଣିଷକୁ ଆଲିଙ୍ଗନ କରି ନିଜର ଭଲପାଇବା ଏବଂ ଭରସାକୁ ବ୍ୟକ୍ତ କରିପାରିବେ । ତେବେ କିପରି କରିବେ ନିଜ ସାଥୀଙ୍କୁ ଆଲିଙ୍ଗନ ଏବଂ କେଉଁ ଆଲିଙ୍ଗନ କେଉଁ ଅର୍ଥକୁ ବୁଝାଇଥାଏ ଆସନ୍ତୁ ଜାଣିବା…
ଟାଇଟ ହଗ :
ଟାଇଟ ହଗର ଅର୍ଥ ହେଉଛି ଆପଣଙ୍କ ପାର୍ଟନର ଆପଣଙ୍କୁ ନେଇ ବହୁତ ଗମ୍ଭୀର ଅଛନ୍ତି । ତାଙ୍କ ଜୀବନରେ ଆପଣଙ୍କର ମହତ୍ୱ ରହିଛି ଏବଂ ସେ ଆପଣଙ୍କୁ ହରେଇବା ପାଇଁ ଚାହୁଁନାହାନ୍ତି ।
ସାଇଡ ଆର୍ମ ହଗ :
ଏହି ପ୍ରକାର ହଗର ଅର୍ଥ ହେଉଛି ସେହି ବ୍ୟକ୍ତିଙ୍କ ସହିତ ଆପଣଙ୍କର ସମ୍ପର୍କ ଅତି ସୁକ୍ଷ୍ମ । ସାଧାରଣତଃ ଯଦି ଦୁଇ ଲୋକଙ୍କ ମଧ୍ୟରେ କିଛି କଥାକୁ ନେଇ ମନମାଳୀନ୍ୟ ଥାଏ ତେବେ ଏହି ପ୍ରକାର ହଗ ଦେଖିବାକୁ ମିଳିଥାଏ ।
ବ୍ୟାକ ସାଇଡ ହଗ :
ବ୍ୟାକ ସାଇଡ ହଗ ସଂକେତ ହେଉଛି ସେହି ବ୍ୟକ୍ତି ଆପଣଙ୍କ ପ୍ରତି ଖୁବ ଆକର୍ଷିତ । ବ୍ୟାକ ହଗ ଦର୍ଶାଇ ଥାଏ ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କର ଆହୁରି ନିକଟତର ହେବାକୁ ଚାହେଁ ଏବଂ ଆପଣଙ୍କର ସାଥିରେ ରହିବା ପାଇଁ ଚାହେଁ ।
ଲଙ୍ଗ ହୋଲ୍ଡ ହଗ :
ଲଙ୍ଗ ହୋଲ୍ଡ ହଗର ଅର୍ଥ ସେହି ବ୍ୟକ୍ତିଙ୍କ ପାଇଁ ଆପଣ ଖାସ ଅଟନ୍ତି । ଏହି ପ୍ରକାର ହଗ ସେତେବେଳେ ଦେଖିବାକୁ ମିଳିଥାଏ ଯେବେ ଦୁଇ ପ୍ରେମୀ ଯୁଗଳ ଲମ୍ବା ସମୟ ଅନ୍ତରରେ ଦେଖା ହେଇଥାନ୍ତି ।