ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଶୌଚ କରିବାକୁ ଯାଇ ବୃଦ୍ଧା ନିଖୋଜ
ମୁଖୀଗୁଡା : ଇନ୍ଦ୍ରାବତୀ ଲିଫ୍ଟ କେନାଲ କୁ ଶୌଚ ହେବାକୁ ଯାଇ ଜଣେ ବୃଦ୍ଧା ନିଖୋଜ ହୋଇଛନ୍ତି । ଜୟପାଟଣା ଥାନା ବଡ଼କର୍ଲାକୋଟ ଗ୍ରାମପାଂୟତ ପାବଳୀ ଗ୍ରାମର ସୁନାଫୁଲ ନାଗ (୬୦) ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଶୌଚ ହେବାକୁ ଗାଁ ଦେଇ ଯାଇଥିବା ଇନ୍ଦ୍ରାବତୀ ଲିଫ୍ଟ କେନାଲକୁ ଯାଇଥିଲେ । କିନ୍ତୁ ପାଣିର ସୁଅରେ ସେ ଭାସି ଯାଇଥିବା ସୂଚନା ମିଲିଥିଲା । ଖବର ପାଇ ଘଟଣା ସ୍ଥଳରେ ଜୟପାଟଣା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜା ଯାଉଚି । ଶେଷ ଖବର ଅନୁସାରେ ସୁନାଫୁଲଙ୍କ ସନ୍ଧାନ ମିଳି ନାହିଁ ।
ଗାଁ ଦେଇ ଯାଇଥିବା ଲିଫ୍ଟ କେନାଲ ଗାଆଁର ଅତି ପାଖରେ ଥିବା ବେଳେ କୌଣସି ବାଡ଼ ମଧ୍ୟ ନାହିଁ । ଯାହାଫଳରେ ଅନେକ ସମୟରେ କେନାଲ ରେ ଭାସିଯିବା ସମ୍ଭାବନା ରହୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।