କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧିନ କଏଦୀ ମୃତ
ବରଗଡ଼ : ବରଗଡ଼ ଜିଲା ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ଅଘଟଣ। କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ।
ସୂଚନା ଯେ, ବରଗଡ଼ ପାଇକମାଲ ଥାନା ଢେଙ୍କିମୁଣ୍ଡା ଗାଁର ଛତରାମ ଧନଓ୍ବରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଗତ ନଭେମ୍ବର ୨୦୨୦ରୁ ପଦ୍ମପୁର ଉପକାରାଗାରେ ବିଚାରଧିନ କଏଦୀ ଭାବରେ ଥିଲେ । ତେବେ ଗତ ମେ ମାସ ୨୧ ତାରିଖ ଦିନ ପଦ୍ମପୁର ଉପକାରାଗାର ଅନ୍ତେବାସୀ ମାନଙ୍କ କରୋନା ପରୀକ୍ଷା କରାଯାଇଥିଲା ଏବଂ ସେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ୨୩ ତାରିଖ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶନିବାର ସନ୍ଧ୍ୟା ପ୍ରାୟ ୭.୫୦ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୄତ୍ୟୁ ହୋଇଥିବା ସୂଚନା ରହିଛି ।