ରାଜ୍ୟରେ ନୂଆ ବାହନ ପଂଜିକରଣ ପାଇଁ ସରକାର ଦେଲେ ଅନୁମତି
ଭୁବନେଶ୍ୱର : ରାଜ୍ୟ ସରକାର ନୂଆ ବାହନ ବିକ୍ରି ଓ ମରାମତି ପାଇଁ ଅନୁମତି ଦେଇଥିବା ପରିପ୍ରେକ୍ଷୀରେ ରାଜ୍ୟ ପରିବହନ କର୍ତୃପକ୍ଷ (ଏସଟିଏ) ଗୁରୁବାର ଠାରୁ ସାରା ରାଜ୍ୟରେ ନୂଆ ବାହନ ପଂଜିକରଣ କରାଯିବାକୁ ଅନୁମତି ପ୍ରଦାନ କରିଛି । ବାହନ ପୋର୍ଟାଲ ଜରିଆରେ ୧୭ ଜୁନ୍ରୁ ଡିଲରମାନେ ପଂଜିକରଣ କାର୍ଯ୍ୟ କରିପାରିବେ । ରାଜ୍ୟ ପରିବହନ କମିଶନର ତଥା ଏସଟିଏର ଅଧ୍ୟକ୍ଷ ସମସ୍ତ ଆଂଚଳିକ ପରିବହନ ଅଧିକାରୀ (ଆରଟିଓ) ମାନଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି । ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଡିଲରମାନେ ବାହନ ପୋର୍ଟାଲରେ ପଂଜୀକରଣ କରିପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି ।
ଉଲ୍ଲେଖନୀୟ ଯେ, ବୁଧବାର ରାଜ୍ୟ ସରକାର ଅଟୋମୋବାଇଲ ଶୋରୁମ୍ ବିକ୍ରି ଓ ସର୍ଭିସ ଓ ବାହନ ଗୁଡ଼ିକର ମରାମତି ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହା ପରେ ଏସଟିଏ ଏହି ପଦକ୍ଷେପ ନେଇଥିବା ଜଣାପଇଛି ।