ଚର୍ଚ୍ଚାରେ ‘ବିଗ୍ ବସ୍’-୧୫, ରିୟା ଚକ୍ରବର୍ତ୍ତୀ ଓ ଅଙ୍କିତା ଲୋଖଣ୍ଡେଙ୍କୁ ଆପ୍ରୋଚ୍ କଲେ ନିର୍ମାତା !
ମୁମ୍ୱାଇ : କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ସବୁଠାରୁ ଚର୍ଚ୍ଚିତ ଶୋ’ ବିଗ୍ ବସ୍ ପୁଣି ଥରେ ଚର୍ଚ୍ଚାରେ । ‘ବିଗ୍ ବସ୍’-୧୫ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଏବଂ ଏଥର ସିଜିନ୍ ପୂର୍ବ ଅପେକ୍ଷା ବହୁତ ଲମ୍ବା ହୋଇପାରେ । ସିଜନ ୧୫ ବିଷୟରେ ଖବର ଅଛି ଯେ ନିର୍ମାତାମାନେ ଶୋ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବର୍ଷ ଶୋରେ ସେଲିବ୍ରିଟିମାନଙ୍କ ସହିତ ସାଧାରଣ ଲୋକ ମଧ୍ୟ ପ୍ରବେଶ କରିବାକୁ ଯାଉଛନ୍ତି ।
ସୂଚନା ଯେ, ଏହି ନିର୍ମାତା ଚଳିତ ବର୍ଷ ରିୟା ଚକ୍ରବର୍ତ୍ତୀ ଏବଂ ଅଙ୍କିତା ଲୋଖଣ୍ଡେଙ୍କୁ ଏହି ଶୋ’ରେ ଭାଗ ନେବା ପାଇଁ ଆପ୍ରୋଚ୍ କରିଛନ୍ତି। ବିଗ୍ ବସ୍ ର ନିର୍ମାତା ଏହି ଶୋ’ରେ ଭାଗ ନେବାକୁ ରିୟା ଚକ୍ରବର୍ତ୍ତୀଙ୍କ ନିକଟକୁ ଯାଇଛନ୍ତି। ଏଥିସହିତ କୁହାଯାଉଛି ଯେ ଯଦି ରିୟା ଶୋ’ରେ ପ୍ରବେଶ କରିବାକୁ ପ୍ରସ୍ତୁତ ତେବେ ନିର୍ମାତାମାନେ ଅଙ୍କିତା ଲୋଖଣ୍ଡେଙ୍କୁ ମଧ୍ୟ ନିମନ୍ତ୍ରଣ କରିବେ। ତେବେ ନିର୍ମାତାଙ୍କ ଦ୍ୱାରା ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ବିଗ୍ ବସ୍ ୧୫ ରେ ସାଧାରଣ ଲୋକଙ୍କୁ ସେଲିବ୍ରିଟିଙ୍କ ପୂର୍ବରୁ ଘରକୁ ଅଣାଯିବ। ‘ବିଗ୍ ବସ୍’-୧୫ ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଓମଙ୍ଗ କୁମାରଙ୍କ ଟିମ୍ ଏବଂ ନିର୍ମାତା ଘରର ଡିଜାଇନ୍ ଚୂଡାନ୍ତ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ‘ବିଗ୍ ବସ୍’ ୧୫ ପାଇଁ ବରୁଣ ସୁଦ, ନେହା ମର୍ଦା, ଭୁମିକା ଚାୱଲା, ପାର୍ଥ ସମଥାନ, ରିୟା ଚକ୍ରବର୍ତ୍ତୀ, ସୁରଭି ଚନ୍ଦନା, ଦିଶା ଭକାନି, କୃଷ୍ଣା ଅଭିଷେକଙ୍କ କଳ୍ପନା ଜଳ୍ପନା ରହିଛି। ତେବେ ଫାଇଲ ଲିଷ୍ଟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।