ଆତଙ୍କବାଦୀ ଆକ୍ରମଣ : ଜଣେ ପୋଲିସକର୍ମୀ ଓ ଜଣେ ସାଧାରଣ ନାଗରିକ ମୃତ
ନୂଆଦିଲ୍ଲୀ: ପୁଣି ରକ୍ତରେ ଭିଜିଲା ଶ୍ରୀନଗର ଏବଂ ଅନନ୍ତନାଗ । ବୁଧବାର ସନ୍ଧ୍ୟାରେ ଅନନ୍ତନାଗ ଏବଂ ଶ୍ରୀନଗରରେ ଆତଙ୍କବାଦୀଙ୍କ ଦୁଇଟି ପୃଥକ ଆକ୍ରମଣରେ ଜଣେ ପୁଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ଥାନୀୟ ପୁଲିସ ସୂଚନା ଦେଇଛି ।
ଅନନ୍ତନାଗର ବିଜବେହରା ସହରରେ ପୁଲିସର ଆସିଷ୍ଟାଂଟ ସବ୍ ଇନ୍ସପେକ୍ଟରଙ୍କୁ ଟାର୍ଗେଟ କରାଯାଇଥିଲା । ଆକ୍ରମଣ ପରେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାକୁ ପଠାଯାଇଥିଲା । ହେଲେ ଡାକ୍ତରଖାନାରେ ପହଂଚିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁବରଣ କରିଥିବା ଅଧିକାରୀଙ୍କ ନାଁ ମହମ୍ମଦ ଆଶ୍ରାଫ ବୋଲି ଜଣାପଡିଛି । ଆକ୍ରମଣ ପରେ ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ଘଟଣା ଘଟିଥିବା ଅଂଚଳକୁ କର୍ଡନ କରାଯାଇଛି ବୋଲି ପୁଲିସ କହିଛି । ଅନ୍ୟ ଏକ ଆକ୍ରମଣରେ ଶ୍ରୀନଗର ସହରର ସଫାକଡାଲରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀମାନେ ରୁଫ ଅହମ୍ମଦଙ୍କ ଉପରକୁ ଗୁଳି ଚଳାଇଥିବା ପୁଲିସ କହିଛି । ସେ ଆହତ ହୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।