ସେନା ଉପରେ ଆତଙ୍କବାଦୀ ଆକ୍ରମଣ, ୪ ଗୁରୁତର
ଇମ୍ଫାଲ : ମଣିପୁରରେ ସେନା ଉପରେ ଆତଙ୍କବାଦୀ ଆଇଇଡି ଆକ୍ରମଣ । ଆମ୍ବୁସ ଲଗାଇ ଆକ୍ରମଣ କଲେ ଆତଙ୍କବାଦୀ । ଏହି ଆକ୍ରମଣରେ ଆସାମ ରାଇଫଲ୍ସର ସିଓଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଯେ, ଚୁରାଚାନ୍ଦପୁର ଜିଲାର ସିଙ୍ଘାଟରେ ଏହି ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଆସାମ ରାଇଫଲ୍ସର କାଫିଲା ଉପରେ ଆକ୍ରମଣ କରିଥିଲେ । ଏଥିରେ କମାଣ୍ଡିଂ ଅଫିସରଙ୍କ ପରିବାର ସଦସ୍ୟଙ୍କ ସମେତ ଆକ୍ସନ୍ ଟିମ୍ର ସଦସ୍ୟ ଉପସ୍ଥିତ ଥିଲେ । ଘଟଣା ପରେ କମ୍ବିଂ ଅପରେସନ ଜାରି ରହିଛି । ଆକ୍ରମଣ ପଛରେ ପିପୁଲ୍ସ ଲିବରେସନ ଆର୍ମୀର ହାତ ଥିବା ସନ୍ଦେହ କରାଯାଉଛି । ଯବାନମାନେ ଅପରେସନରେ ଯାଉଥିବା ବେଳେ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।