ଟାଟା ପାୱାର ମିଟର ମ୍ୟାନେଜମେଣ୍ଟ ଗ୍ରୁପର କର୍ମଚାରୀଙ୍କ ସମାବେଶ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ
ବାରିପଦା : ଟାଟା ପାୱାର ମିଟର ମ୍ୟାନେଜମେଂଟ ଗ୍ରୁପର କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ସଂଘର ଉପ ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ଅଧ୍ୟକ୍ଷତାରେ ଆଜି ଏକ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ, ନେସ୍କୋ ପାୱାର ଏମ୍ପୋଲାଇଜ ଆହ୍ୱାନରେ ଶତାଧିକ ବିଦ୍ୟୁତ ମିଟର ମ୍ୟାନେଜମେଂଟ ଗ୍ରୁପର କର୍ମଚାରୀ ଉପସ୍ଥିତ ହୋଇ ନିଯୁକ୍ତି ଦିନଠାରୁ ସର୍ବନିମ୍ନ ମଜୁରୀ ଠାରୁ କମ ଦରମା ଦେଉଥିବାରୁ ଉପଯୁକ୍ତ ଦରମା ପ୍ରଦାନ କରିବା, ଇପିଏଫ ଓ ଇଏସଆଇ ଠିକ ଭାବରେ ପୈଠ କରିବା, ଇଏସଆଇ କାର୍ଡ ଦେବା, ତୁରନ୍ତ ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ସହ ପ୍ରତିମାସ ଦରମା ଚିଠା ପ୍ରଦାନ କରିବା । ଶ୍ରମ ଆଇନ ଅନୁସାରେ ପ୍ରତ୍ୟେକ ମାସ ୭ ତାରିଖ ଭିତରେ ଦରମା ଦେବା, ସମସ୍ତଙ୍କୁ ଡ୍ରେସକୋଡ ଦେବା ଏବଂ ପ୍ରତ୍ୟେକ ମାସ ତୈଳ ଭତା ଓ ମୋବାଇଲ ରିଚାର୍ଜ କରାଯିବା ଆଦି ଦାବି ଗୁଡ଼ିକ ଉପସ୍ଥାପନା କରିଥିଲେ । ନିର୍ଦ୍ଧରିତ ସମୟସୀମା ମଧ୍ୟରେ ସମସ୍ୟାର ସମାଧାନ ନହେଲେ ସୃଷ୍ଟି ହେବାକୁ ଥିବା ବିରାଟ ଆନ୍ଦୋଳନ ଏବଂ ଶ୍ରମିକ ଅଶାନ୍ତି ପାଇଁ ବିଭାଗୀୟ ଅଧିକାରୀ ତଥା ଭିଜନ ଇଣ୍ଡିଆ ସର୍ଭିସ ଠିକା ସଂସ୍ଥା ଦାୟୀ ରହିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ଉକ୍ତ ସମାବେଶରେ ସଂଘର ପ୍ରମୋଦ କୁମାର ପାତ୍ର, ଶାସ୍ୱତ ରଂଜନ ଖିଲାର, ପ୍ରିୟବ୍ରତ ବାରିକ, ଶିବ ଶଙ୍କର ନାୟକ, ବସନ୍ତ ହାଁସଦା, ସୁବ୍ରତ ସାହୁ, ସାଲକୋ ମୁର୍ମୁ, ପ୍ରମୋଦ ରାଉତ, ଅରୁଣ କୁମାର ଗୋଚ୍ଛାୟତ, ସନ୍ନତ ଦତ, ଭବେଶ ବେହେରା, ଗୋବିନ୍ଦ ବେହେରା, ରାମଚନ୍ଦ୍ର ହେମ୍ରମ, ବିଜୟ ଗୋପ ଇତ୍ୟାଦି ବହୁ ସଂଖ୍ୟାରେ ମିଟର ମ୍ୟାନେଜମ୍ୟାଂଟଗ୍ରୁପର କର୍ମଚାରୀ ମାନେ ଯୋଗ ଦେଇଥିଲେ ।