ଟି-୨୦ ବିଶ୍ୱକପ୍ : ରୋହିତ୍ ଓ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ୨୧୦/୨
ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଭାରତୀୟ ବ୍ୟାଟ୍ସମ୍ୟାନମାନେ ନିଜର ଫର୍ମ ଫେରିପାଇଛନ୍ତି । ଭାରତ ଆଜି ୨୧୦ରନର ବିଶାଳ ସ୍କୋର କରିବା ସହ ଆଫଗାନିସ୍ତାନ ଆଗରେ ୨୧୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କ୍ରମାଗତ ଦୁଇଟି ମ୍ୟାଚ୍ରେ ଶୋଚନୀୟ ପରାଜୟ ପରେ ଶେଷରେ ଚେଇଁ ଉଠିଲେ ଭାରତୀୟ ବ୍ୟାଟସମ୍ୟାନ। ଆଉ ଚଳିତ ବିଶ୍ଵ କପରେ ପ୍ରଥମ ଦଳ ଭାବେ ୨୦୦ରୁ ଉର୍ଦ୍ଧ୍ଵ ରନ କରିଛନ୍ତି ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଦଳ। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଗର୍ଜି ଉଠିଛି ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ବ୍ୟାଟ୍। ଦୁଇ ଓପନର ଦମଦାର ଅର୍ଦ୍ଧଶତକ ବଳରେ ଭାରତ ଆଫଗାନିସ୍ତାନ ସମ୍ମୁଖରେ ବିଶାଳ ସ୍କୋର କରିଛି। କ୍ରମାଗତ ତୃତୀୟ ମ୍ୟାଚ୍ରେ ବି ଅଧିନାୟକ ବିରାଟ କୋହଲି ଟସ୍ ହାରିଥିଲେ। ହେଲେ ଏହି ମ୍ୟାଚ୍ରେ ଏହାର କୌଣସି ଫରକ ପଡି ନାହିଁ। ରୋହିତ ଶର୍ମା(୭୪) ଓ କେଏଲ ରାହୁଲ(୬୯) ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୧୦ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୩୫ ଏବଂ ଋଷଭ ପନ୍ତ ୨୭ ରନର ବିସ୍ଫୋରକ ଅପରାଜିତ ଇନିଂସ ଖେଳିଛନ୍ତୀ। ଆଫଗାନିସ୍ତାନ ସମ୍ମୁଖରେ ରହିଛି ୨୧୧ ରନର ବିଶାଳ ବିଜୟ ଲକ୍ଷ୍ୟ। ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ବହୁତ ଜରୁରୀ। କାରଣ ମ୍ୟାଚ୍ ହାରିଲେ ଦଳ ବିଶ୍ଵ କପ୍ରୁ ବାଦ୍ ପଡିବ ଏବଂ ଜିତିଲେ ଟୁର୍ଣ୍ଣାମେଣ୍ଟରେ ଜୀବିତ ରହିବ।
ଆବୁ ଧାବିରେ ଖେଳାଯାଉଥିବା ଏହି ମ୍ୟାଚରେ ଆଫଗାନିସ୍ତାନ କ୍ୟାପଟେନ ମହମ୍ମଦ ନବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରାହୁଲ୍ ଓ ରୋହିତ। ଦୁହେଁ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ଆରମ୍ଭରୁ ଦୁଇ ବ୍ୟାଟସମ୍ୟାନ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ନିଜ ଅଭିଜ୍ଞତାକୁ ଉପଯୋଗ କରି ଚୌକା ଓ ଛକା ମାଡ କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ଯୋଡିକୁ ଭାଙ୍ଗିବା ପାଇଁ ଆଫଗାନିସ୍ତାନକୁ ୧୫ ତମ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ୧୪.୪ ଓଭରରେ ରୋହିତ ଓ ରାହୁଲ ଓପନିଂ ଯୋଡିରେ ୧୪୦ ରନ ଯୋଡି ଦଳ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ୪୭ ବଲ୍ରୁ ୮ ଚୌକା ଓ ୩ ଛକା ସହ ୭୪ ରନର ଦମଦାର ଇନିଂସ ଖେଳିଥିଲେ। ଏହା ପରେ କେଏଲ ରାହୁଲ ୪୮ ବଲ୍ରୁ ୬୯ ରନ କରି ପାଭିଲିୟନ ଫେରିଥିଲେ। ଏଥିରେ ୬ ଚୌକା ଓ ୨ ଛକା ସାମିଲ୍। ଦୁଇ ଓପନର ପାଭିଲିୟନ ଫେରିବା ପରେ ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଆଜି ନିଜର ପୁରୁଣା ଫର୍ମରେ ନଜର ଆସିଥିଲେ। ଦୁଇ ବ୍ୟାଟସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପ୍ରଥମ ଥର ଚଳିତ ବିଶ୍ଵ କପ୍ରେ ସ୍କୋର ୨୦୦ ଅତିକ୍ରମ କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୨୧୦ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍ରୁ ୪ ଚୌକା ଓ ୨ ଛକା ସହ ୩୫ ରନ ଏବଂ ପନ୍ତ ୧୩ ବଲ୍ରୁ ୧ ଚୌକା ଓ ୩ ଛକା ସହ ୨୭ ରନରେ ଅପରାଜିତ ଥିଲେ। ଦୁଇ ବ୍ୟାଟସମ୍ୟାନ ଅବିଭାଜିତ ତୃତୀୟ ଓ୍ଵିକେଟ୍ରେ ୬୩ ରନ ଯୋଡିଛନ୍ତି।