ଟି-୨୦ ବିଶ୍ୱକପ୍ : ନାମିବିୟା ବିପକ୍ଷରେ ୫୨ ରନରେ ଜିତିଲା ନ୍ୟୁଜିଲାଣ୍ଡ
ସାରଜା : ସାରଜା ଠାରେ ଶୁକ୍ରବାର ଟି୨୦ ବିଶ୍ୱକପ୍ ଗ୍ରୁପ-୨ର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ନାମିବିୟା ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ନାମିବିୟା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା ନ୍ୟୁଜିଲାଣ୍ଡ । ଫଳରେ ନାମିବିୟାକୁ ୧୬୪ ରନର ବିଜୟ ଲକ୍ଷ ରହିଛି । ୧୬୪ ରନର ପିଛା କରିବାକୁ ଯାଇ ୨୦ ଓଭରରେ ୭ ଓ୍ବିକେଟ ହରାଇ ନାମିବିୟା ବିପକ୍ଷରେ ସହଜ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଯାହା ଫଳରେ ୫୨ ରନର ବଡ ବ୍ୟବଧାନରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ ।
ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ଦଳ ପ୍ରଥମରୁ ସାମାନ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କିନ୍ତୁ ଶେଷରେ ଗ୍ଲେନ୍ ଫିଲିପ୍ସ ଏବଂ ଜେମସ୍ ନିସାମଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଫାଇଟିଂ ଟୋଟାଲ ସ୍କୋର କରିଛି ନ୍ୟୁଜିଲାଣ୍ଡ । ଦଳ ପକ୍ଷରୁ ଓପନର ମାର୍ଟିନ ଗପଟିଲ ୧୮ ରନ କରି ଆଉଟ ହୋଇଥିବା ବେଳେ, ଡାରିଲ ମିଚେଲ ୧୯ରନ, ଅଧିନାୟକ କେନ୍ ଓ୍ବିଲିୟମସନ ୨୮ରନ, ଡେଭନ୍ କୋନଓ୍ବେ ୧୭ ରନ କରି ଆଉଟ ହୋଇଛନ୍ତି । ଗ୍ଲେନ୍ ଫିଲିପ୍ସ ୩୯ ରନ ଏବଂ ଜେମସ ନିସାମ ୩୫ ରନ କରି ଅପରାଜିତ ଅଛନ୍ତି । ନାମିବିୟା ପକ୍ଷରୁ ବର୍ଣ୍ଣାଡ ସ୍କୋଲଜ୍ ୩ ଓଭରରେ ୧୫ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ରୁବେନ୍ ଟ୍ରମ୍ପେଲମାନ୍ନ ୩ ଓଭରରେ ୨୫ରନ, ଡେଭିଡ୍ ଓ୍ବାଇସ୍ ୪ ଓଭରରେ ୪୦ ରନ ୧ ଓ୍ବିକେଟ, ନିକୋଲ ଇଟୋନ୍ ୨ ଓଭରରେ ୨୪ରନ, ଗେରହାର୍ଡ ଏରସ୍ମସ୍ ୪ ଓଭରରେ ୨୨ରନ ୧ ଓ୍ବିକେଟ, କାର୍ଲ ବିର୍କେନ୍ଷ୍ଟକ୍ ୨ ଓଭରରେ ୯ରନ ଏବଂ ଜେଜେ ସ୍ମିଟ୍ ୨ ସଭରରେ ୨୭ ରନ ଦେଇଛନ୍ତି । ନାମିବିୟା ପକ୍ଷରୁ ଷ୍ଟିଫେନ୍ ବାର୍ଡ ୨୧ ରନ କରି ଆଉଟ ହୋଇଥିବା ବେଳେ, ମିଚେଲ ଲିଙ୍ଗେନ୍ ୨୫ରନ, ଗେରହାର୍ଡ ଏରସମସ୍ ୩ରନ, ଜେନ୍ ଗ୍ରୀନ୍ ୨୩ ରନ, ଡେଭିଡ୍ ଓ୍ବାଇସ୍ ୧୬ରନ, କ୍ରେଗ୍ ଓ୍ବିଲିୟମସ୍ ୦, ନିକୋଲ ଇଟୋନ ୦ ରନ କରି ଆଉଟ ହୋଇଛନ୍ତି । ଜେଜେ ସ୍ମିଟ୍ ୯ରନ ଏବଂ ରୁବେନ୍ ଟ୍ରମ୍ପେଲମାନ୍ନ ୬ରନ କରି ଅପରାଜିତ ଅଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦୀ ୪ ଓଭରରେ ୧୫ ରନ ଦେଇ ୨ ଓ୍ବିକେଟ ନେଇଥିବା ବେଳେ, ଟ୍ରେଣ୍ଟ ବୋଲ୍ଟ ୪ ସଭରରେ ୨୦ରନ ୨ ଓ୍ବିକେଟ, ଆଡାମ୍ ମିଲନେ୍ ୪ ଓଭରରେ ୨୫ରନ, ମିଚେଲ ସାଣ୍ଟନର୍ ୪ ଓଭରରେ ୨୦ରନ ୧ ଓ୍ବିକେଟ, ଜେମସ୍ ନିସାମ ୧ ଓଭରରେ ୬ରନ ୧ ଓ୍ବିକେଟ ଏବଂ ଇଶ୍ ସୋଧୀ ୩ ସଭରରେ ୨୨ରନ ୧ ଓ୍ବିକେଟ ନେଇଛନ୍ତି ।