ଟି-୨୦ ବିଶ୍ୱକପ୍ : ୮ ୱିକେଟରେ ଜିତିଲା ଭାରତ, ସେମି ଆଶା ଉଜ୍ଜୀବିତ
ସାରଜା : ଦୁବାଇଠାରେ ଆଜି ଟି୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚ ଭାରତ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯ଼ାଉଛି । ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ମଧ୍ୟ ଟିମ୍ ଇଣ୍ଡିଆର ବୋଲର ଦେଖାଇଛନ୍ତି ଦମ୍। ଶୁକ୍ରବାର ଦୁବାଇରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ୱକପ୍ ଗ୍ରୁପ୍-୨ର ଏକ ମ୍ୟାଚରେ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ସ୍କଟଲ୍ୟାଣ୍ଡ ଟିମ୍ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏଥିପାଇଁ ଦରକାର ଥିଲା ବିଶାଳ ବିଜୟ। ଆଉ ଏହା କରି ଦେଖାଇଛନ୍ତି ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ରେ ଲୟକୁ ଫେରିଥିବା ଭାରତ ପୁଣି ଥରେ ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ସ୍କଟଲାଣ୍ଡକୁ ୮ ଓ୍ଵିକେଟ୍ରେ ପରାସ୍ତ କରିଛି। ଏହି ଚମତ୍କାର ବିଜୟ ସହ ଭାରତ ଗ୍ରୁପ ୨ର ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନକୁ ଉଠିଛି। ଦଳ ନେଟ୍ ରନ ରେଟ୍ରେ ଆଫଗାନିସ୍ତାନକୁ ପଛରେ ପକାଇ ଦେଇଛି। ପ୍ରଥମେ ରବୀନ୍ଦ୍ର ଜାଡେଜା(୩ ଓ୍ଵିକେଟ୍), ମହମ୍ମଦ ଶାମି(୩ ଓ୍ଵିକେଟ୍) ଓ ବୁମରା(୨ ଓ୍ଵିକେଟ୍)ପରେ କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ସ୍କଟଲାଣ୍ଡ ଦ୍ଵାରା ଧାର୍ଯ୍ୟ ୮୬ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୬.୩ ଓଭରରେ କୌଣସି ୨ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଏବେ ଭାରତକୁ ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ଆଫଗାନିସ୍ତାନ ଜିତିଲେ ଭାରତର ସେମି ଫାଇନାଲ୍ ପଥ ସହଜ ହୋଇଯିବ।
କ୍ରମାଗତ ତିନୋଟି ମ୍ୟାଚ୍ରେ ଟସ୍ ହାରିବା ପରେ ଆଜିର ମ୍ୟାଚ୍ରେ ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୩୭ତମ ମ୍ୟାଚରେ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ସ୍କଟଲ୍ୟାଣ୍ଡ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ଭାରତ ମାତ୍ର ୬.୩ ଓଭରରେ ୨ ୱିକେଟ୍ ହରାଇ ୮୯ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ତଥା ବର୍ଥ ଡେ’ ବୟ ବିରାଟ୍ କୋହଲି ପ୍ରଥମ ଥର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲ୍ୟାଣ୍ଡର କୌଣସି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ଉଚିତ୍ ସାମ୍ନା କରିପାରିନଥିଲେ। ଓପ୍ନର ଜର୍ଜ ମୁନସେ (୨୪)ଓ ମିଡଲ୍ ଅର୍ଡରରେ ମାଇକେଲ୍ ଲିସ୍କ (୨୧)ଙ୍କୁ ଛାଡ଼ି ଦେଲେ ବାକି ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ। ଭାରତକୁ ଆଜି ପ୍ରଥମ ସଫଳତା ଦେଇଥିଲେ ଯଶପ୍ରୀତ ବୁମ୍ରା। ବୁମ୍ରା ଇନିଂସର ତୃତୀୟ ଓଭରରେ ସ୍କଟଲ୍ୟାଣ୍ଡ କ୍ୟାପଟେନ୍ କୋଏଜର(୧)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଏହା ପରେ ମୁନସେଙ୍କୁ ମହମ୍ମଦ ଶାମି ପ୍ୟାଭିଲିୟନ୍ ପଠାଇଥିଲେ। ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା ନିଜର ପ୍ରଥମ ଓଭରରେ ଯଥାକ୍ରମେ ରିଚି ବେରିଙ୍ଗଟନ୍ (୦) ମାଥ୍ୟୁ କ୍ରସ୍ (୨)ଙ୍କୁ ଆଉଟ୍ କରି ସ୍କଟଲ୍ୟାଣ୍ଡର ଚତୁର୍ଥ ୱିକେଟ୍ ପତନ କରାଇଥିଲେ। କାଲମ୍ ମ୍ୟାକଲିଅଡ୍ ଓ ମାଇକେଲ୍ ଲିସ୍କ ପାର୍ଟନରଶିପ୍ ଗଢ଼ିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ବି ଭାଙ୍ଗିଥିଲେ ଜାଡେଜା। ଲିସ୍କ ୨୧ ରନ୍ କରି ଜାଡେଜାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ପୂର୍ବ ମ୍ୟାଚରେ କମାଲ୍ କରିଥିବା ରବିଚନ୍ଦ୍ରନ୍ ଅଶ୍ୱିନ ଏକମାତ୍ର ସଫଳତା ଭାବେ କ୍ରିସ୍ ଗ୍ରେଭ୍ସ (୧)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ମ୍ୟାକଲିଅଡ୍ (୧୬)ଙ୍କୁ ଶାମି ଆଉଟ୍ କରିଥିଲେ। ଏହା ପରେ ସ୍କଟଲ୍ୟାଣ୍ଡ ୪ ରନ୍ ଭିତରେ ୪ ୱିକେଟ୍ ହରାଇ ୮୫ ରନରେ ଅଲଆଉଟ୍ ହୋଇଯାଇଥିଲା। ମାର୍କ ୱାଟ୍ଟ ୧୪ ରନ୍ ବୁମ୍ରାଙ୍କ ଶିକାର ହୋଇଥିଲେ। ଭାରତ ପକ୍ଷରୁ ବୁମ୍ରା ୨ଟି ଓ ଅଶ୍ୱିନ୍ ଗୋଟିଏ ୱିକେଟ୍ ନେଇଥିଲେ।