ରବିବାର କରନ୍ତୁ ସୂର୍ଯ୍ୟଦେବଙ୍କ ଏହି ଉପାୟ ! ଜୀବନରେ ଆସିବ ସୁଖ-ସମୃଦ୍ଧି, ଦୂର ହେବ ସମସ୍ୟା
ସପ୍ତାହକ ସାତ ଦିନ ଯାଏଁ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଇଥାଏ ।ସେହି ରବିବାର ସୂର୍ଯ୍ୟଦେବଙ୍କୂ ପୂଜା କରିବାର ବିଧି ରହିଛି । ଭଗବାନ ସୂର୍ଯ୍ୟ ପ୍ରସନ୍ନ ହେବା ଦ୍ୱାରା ଭକ୍ତଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ । ସୂର୍ଯ୍ୟଙ୍କୁ ପ୍ରତ୍ୟେକ୍ଷ ଦେବତା ବୋଲି କୁହାଯାଇଥାଏ । ସେହିପରି ଜ୍ୟୋତିଷଶାସ୍ତ୍ର ଅନୁସାରେ ଜୀବନରେ ଗ୍ରହର ପ୍ରଭାବ ପଡିଥାଏ । ସେଥିପାଇଁ ଜାତକରେ ସୂର୍ଯ୍ୟ ମଜବୁତ ହେବା ନିହାତି ଆବଶ୍ୟକ । ଜାତକରେ ସୂର୍ଯ୍ୟଙ୍କ ସ୍ଥିତି କମଜୋର ହେବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ମାନ-ସମ୍ମାନ, ଯଶ ଏବଂ ସମୃଦ୍ଧି ଆଦି କମ ହୋଇଥାଏ । ସେଥିପାଇଁ ଆପଣ ସୂର୍ଯ୍ୟଙ୍କୁ ପ୍ରସନ୍ନ କରିବା ଲାଗି କିଛି ଉପାୟ କରିପାରିବେ ।
ଋବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ ।
ଲାଲ ରଙ୍ଗର ଫୁଲ ସୂର୍ଯ୍ୟଦେବଙ୍କ ପ୍ରିୟ ଫୁଲ । ସେଥିପାଇଁ ଏହି ଫୁଲ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ।
ଜଳରେ ଗୁଡ ମିଶାଇ ରବିବାର ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ସୂର୍ଯ୍ୟଙ୍କ କୃପା ଲାଭ ହୋଇଥାଏ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ମୁକ୍ତି ମିଳିଥାଏ ।
ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ ଲାଲ ରଙ୍ଗରେ ସିନ୍ଦୁର ମିଶାଇବ ଉଚିତ୍ । ଏହା ସୂର୍ଯ୍ୟଙ୍କ ଅତି ପ୍ରିୟ ।
ରବିବାର ବ୍ରତରେ ଲୁଣ ବ୍ୟବହାର କରିବା ଉଚିତ୍ ନୁହେଁ ।
ଯଦି ରବିବାର ଦିନ ଆପଣଙ୍କୁ କୌଣସି ଜରୁରୀ କାମରେ ଯିବାରଅଛି ତାହେଲେ ଯିବା ପୂର୍ବରୁ ଗାଈକୁ ରୁଟି ନିଶ୍ଚୟ ଖୁଆନ୍ତୁ। ଏହାଦ୍ୱାରା ସଫଳତା ଅବଶ୍ୟ ମିଳିବ।
ରବିବାର ଦିନ ତମ୍ବା ପାତ୍ର କିମ୍ବା ଢାଳରେ ପାଣି ନେଇ ସେଥିରେ ଟିକେ ସିନ୍ଦୁର ମିଶାଇ ବରଗଛ ମୂଳରେ ଅର୍ପଣ କରନ୍ତୁ। ଏହାସହ ହଳଦୀରେ ବରଗଛରେ ସ୍ୱସ୍ତିକ କରନ୍ତୁ।
ରବିବାର ଦିନ ଘରର ସବୁ ସଦସ୍ୟଙ୍କ ମଥାରେ ଚନ୍ଦନ ତିଳକ ଲଗାଇବା ଉଚିତ।
ରବିବାର ଦିନ ମାଛଙ୍କୁ ଅଟା ଗୁଳା ତିଆରି କରି ଖାଇବାକୁ ଦେବା ଉଚିତ। ଏହା ଶୁଭ ଫଳଦାୟୀ ବୋଲି କୁହାଯାଏ।
ରବିବାର ଦିନ ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଉଚିତ।
ରବିବାର ଦିନ ଶୁଦ୍ଧ କସ୍ତୁରୀକୁ ହଳଦିଆ ବସ୍ତ୍ରରେ ବାନ୍ଧି ଘରର ଟ୍ରେଜେରିରେ ରଖିଦିଅନ୍ତୁ। ଜୀବନରେ ସର୍ବଦା ସୁଖ-ସମୃଦ୍ଧି ରହିବ।
ରବିବାର ଦିନ ଟଙ୍କାପଇସା ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଏହି ଦିନ ଧନ ସମ୍ବନ୍ଧୀୟ କାମ କଲେ ଦରିଦ୍ରତା ଆସିଥାଏ ବୋଲି କୁହାଯାଏ।
ରବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଅବଶ୍ୟ ପାଠ କରିବା ଉଚିତ। ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।
କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ କିମ୍ବା ନୀଚରେ ଥିଲେ କିମ୍ବା ଅଶୁଭ ଘରେ ବିରାଜମାନ ଥିଲେ ସୂର୍ଯ୍ୟଦେବଙ୍କ ଆରାଧନା ଅତ୍ୟନ୍ତ ଜରୁରୀ ।
କୁଣ୍ଡଳୀରେ ସୂର୍ଯ୍ୟଦେବ ଦୁର୍ବଳ ରହିଥିଲେ ,ଏମାନେ ସୂର୍ଯ୍ୟଦେବଙ୍କୁ ନିଶ୍ଚିତ ଆରାଧନା କରିବା ଉଚିତ। ଏମାନେ ରବିବାର ଦିନ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କୁ ଆରାଧନା କଲେ ଶୁଭ ଫଳଦାୟୀ ପ୍ରମାଣିତ ହୋଇଥାଏ ।
ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ପ୍ରେମ ବଜାୟ ରଖିବାକୁ ଏବଂ ଓ ମାନ ସମ୍ମାନ ପ୍ରାପ୍ତି ପାଇଁ ସୂର୍ଯ୍ୟଦେବଙ୍କ ଉପାସନା କରିବା ଉଚିତ।