ରବିବାର ଏହି ଉପାୟରେ ସୂର୍ଯ୍ୟଦେବଙ୍କୁ କରନ୍ତୁ ପ୍ରସନ୍ନ ! ଦୂର ହେବ ବିଭିନ୍ନ ସମସ୍ୟା, ପୂରଣ ହେବ ମନସ୍କାମନା
ସପ୍ତାହକ ସାତ ଦିନ ଯାଏଁ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ରବିବାର ସୂର୍ଯ୍ୟଦେବଙ୍କୂ ପୂଜା କରିବାର ବିଧି ରହିଛି । ଭଗବାନ ସୂର୍ଯ୍ୟ ପ୍ରସନ୍ନ ହେବା ଦ୍ୱାରା ଭକ୍ତଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ । ସୂର୍ଯ୍ୟଙ୍କୁ ପ୍ରତ୍ୟେକ୍ଷ ଦେବତା ବୋଲି କୁହାଯାଇଥାଏ । ସେହିପରି ଜ୍ୟୋତିଷଶାସ୍ତ୍ର ଅନୁସାରେ ଜୀବନରେ ଗ୍ରହର ପ୍ରଭାବ ପଡିଥାଏ । ସେଥିପାଇଁ ଜାତକରେ ସୂର୍ଯ୍ୟ ମଜବୁତ ହେବା ନିହାତି ଆବଶ୍ୟକ । ଜାତକରେ ସୂର୍ଯ୍ୟଙ୍କ ସ୍ଥିତି କମଜୋର ହେବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ମାନ-ସମ୍ମାନ, ଯଶ ଏବଂ ସମୃଦ୍ଧି ଆଦି କମ ହୋଇଥାଏ ।
ହିନ୍ଦୁ ଧର୍ମରେ ସମସ୍ତ ଦେବା-ଦେବୀଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ଦିନ ନିର୍ଦ୍ଧାରଣ କରାଯାଇଛି । ଦେବା-ଦେବୀଙ୍କ ସହ ଜଡିତ ଦିନରେ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିପାଇଁ କୁହାଯାଏ କି, ରବିବାର ସୂର୍ଯ୍ୟଦେବଙ୍କ ପୂଜା କରିବା ଏବଂ ତାଙ୍କୁ ସ୍ମରଣ କରିବା ଦ୍ୱାରା ଦୁଃଖରୁ ମୁକ୍ତି ମିଳିବା ସହିତ ସମସ୍ତ ମନସ୍କାମନା ପୁରଣ ହୋଇଥାଏ । ଏହାସହିତ ରବିବାର ଦିନ ସୂର୍ଯ୍ୟଦେବଙ୍କ ସମର୍ପିତ ମନ୍ତ୍ର ଜପିବା ଦ୍ୱାରା ସମସ୍ତ କଷ୍ଟ ଦୂର ହେବା ସହିତ ଉନ୍ନତିର ରାସ୍ତା ଖୋଲିଥାଏ । ଏହାବ୍ୟତିତ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ସମାପ୍ତ ହୋଇଥାଏ ।
ସୂର୍ଯ୍ୟଦେବଙ୍କ ସହ ଜଡିତ ମନ୍ତ୍ର :
ଓଁ ଘୃଣିଂ ସୂର୍ଯ୍ୟଃ ଆଦିତ୍ୟଃ
ଓଁ ହ୍ରିଂ ହ୍ରିଂ ସୁର୍ଯ୍ୟାୟ ସହସ୍ରକିରଣାୟ ମନୋବାଂଛିତ ଫଳମ ଦେହି ସ୍ୱାହା, ଓଁ ଏଡି ସୂର୍ଯ୍ୟ ସହସ୍ତ୍ରାଂଶୋଂ ତେଜୋ ରାଶେ ଜଗତପତେ, ଅନୁକମ୍ପୟେମାଂ ଭକ୍ତ୍ୟା, ଗୃହାଣାର୍ଘୟ ଦିବାକରଃ
ଓଁ ହ୍ରିଂ ଘୃଣିଃ ସୂର୍ଯ୍ୟ ଆଦିତ୍ୟଃ କ୍ଲିଂ ଓଁ
ଓଁ ହ୍ରିଂ ହ୍ରିଂ ସୂର୍ଯ୍ୟାୟ ନମଃ
ଓଁ ସୂର୍ଯ୍ୟାୟ ନମଃ
ଓଁ ଘୃଣି ସୂର୍ଯ୍ୟାୟ ନମଃ
ରବିବାର ଉପାୟ :
ରବିବାର ସୂର୍ଯ୍ୟଦେବଙ୍କ ବ୍ରତ ରଖନ୍ତୁ । ସୂର୍ଯ୍ୟଦେବଙ୍କ ପାଇଁ ଗୁଡ, ଲାଲ ପୁଷ୍ପ, ତମ୍ବା, ଗହମ ଆଦି ଦାନ କରନ୍ତୁ । ସୂର୍ଯ୍ୟ ମଜବୁତ ପାଇଁ ମାଣିକ୍ୟ ରତ୍ନ ପିନ୍ଧନ୍ତୁ । ଏହାସହିତ ଏକମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ।
ସୂର୍ଯ୍ୟଦେବଙ୍କୁ ଗ୍ରହମାନଙ୍କ ମଧ୍ୟରେ ଶକ୍ତିଶାଳୀ କୁହାଯାଏ । ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହର ରାଜା ବୋଲି କୁହାଯାଏ । ଯେଉଁ ଜାତକରେ ସୂର୍ଯ୍ୟ ମଜବୁତ ସ୍ଥିତିରେ ବିରାଜମାନ କରିଥାନ୍ତି ତାଙ୍କ ଜୀବନରେ କୌଣସି ସମସ୍ୟା ହୋଇନଥାଏ ।
ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ଲାଗି କିଛି ଉପାୟ :
ଋବିବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ସମସ୍ତ କଷ୍ଟ ଦୂର ହୋଇଥାଏ ।
ଲାଲ ରଙ୍ଗର ଫୁଲ ସୂର୍ଯ୍ୟଦେବଙ୍କ ପ୍ରିୟ ଫୁଲ । ସେଥିପାଇଁ ଏହି ଫୁଲ ଅର୍ପଣ କରିବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ।
ଜଳରେ ଗୁଡ ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ସୂର୍ଯ୍ୟଙ୍କ କୃପା ଲାଭ ହୋଇଥାଏ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ମୁକ୍ତି ମିଳିଥାଏ।
ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳରେ ଲାଲ ରଙ୍ଗରେ ସିନ୍ଦୁର ମିଶାଇବ ଉଚିତ୍ । ଏହା ସୂର୍ଯ୍ୟଙ୍କ ଅତି ପ୍ରିୟ ।
ରବିବାର ବ୍ରତରେ ଲୁଣ ବ୍ୟବହାର କରିବା ଉଚିତ୍ ନୁହେଁ ।