ସୁନାରିସୀକୁଆଁ ହତ୍ୟା ଘଟଣାର ପର୍ଦାଫାସ, ୨ ଗିରଫ
ନୂଆପଡା : ନୂଆପଡା ଜିଲା ଖଡ଼ିଆଳ ଥାନା ସୁନାରିସୀକୁଆଁ ଗ୍ରାମର ହତ୍ୟାକାଣ୍ଡ ଘଟଣା ରେ ଖଡ଼ିଆଳ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନା ଯେ, ଗତ ୧୧ ଦିନ ଅଭିମନ୍ୟୁ ବୈଠାରୁ ନାମକ ବ୍ୟକ୍ତି ଙ୍କୁ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଲୁହାଛଡ ଏବଂ ଟାଙ୍ଗିଆ ରେ ଉକ୍ତ ଗ୍ରାମର ସରୋଜ ନିଆଲ ଓ ରାମ ନିଆଲ ବାଡେଇ ବାଡେଇ ହତ୍ୟା କରିଥିଲେ । ଏହି ସମୟରେ ଅଭିମନ୍ୟୁ ଙ୍କ ସ୍ତ୍ରୀ ମାଳତୀ ବୈଠାରୁ ଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ମାଳତୀ ଙ୍କୁ ଉଦ୍ଧାର କରି ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାକୁ କେନ୍ଦ୍ର କରି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନା ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଥିଲେ । ଉକ୍ତ ଘଟଣାରେ ସରୋଜ ନିଆଲ ଏବଂ ରାମ ନିଆଲ ଙ୍କୁ ଖଡ଼ିଆଳ ଥାନା ରେ ଅଟକ ରଖି ଜେରା କରିଥିଲେ । ସେମାନେ ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ପରେ ଦୁଇ ଜଣ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀ ଜରିଆ ରେ ସୂଚନା ଦେଇଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜେନା, ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠି ପ୍ରମୁଖ ଉପସ୍ଥିତ ଥିଲେ ।