ବିଦ୍ରୋହୀ ନେତାଙ୍କୁ କଡ଼ା ଚେତାବନୀ ! ବିନା ଅନୁମତିରେ ତାଙ୍କ ଫଟୋ ବ୍ୟବହାର କରିବାକୁ ମନା କଲେ ଶରଦ ପାୱାର
ନୂଆଦିଲ୍ଲୀ : ବିଦ୍ରୋହୀ ନେତାମାନଙ୍କୁ କଡ଼ା ଚେତାବନୀ । ବିନା ଅନୁମତିରେ ତାଙ୍କ ଫଟୋ ବ୍ୟବହାର ନ କରିବାକୁ ଚେତାବନୀ ଦେଲେ ଏନ୍ସିପି ସୁପ୍ରିମୋ ଶରଦ ପାୱାର । ଶରଦ ପାଓ୍ଵାର ବିଦ୍ରୋହୀ ଦଳର ନେତାଙ୍କୁ ସ୍ପଷ୍ଟ ରୂପେ ତାଙ୍କ ଫଟୋ ବ୍ୟବହାର କରିବାକୁ ମନା କରି ଦେଇଛନ୍ତି।
ସେ କହିଛନ୍ତି ଯେ ‘ମୁଁ ଯେଉଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛି ଏବଂ ଜୟନ୍ତ ପାଟିଲ ମହାରାଷ୍ଟ୍ରର ରାଜ୍ୟ ଅଧ୍ୟକ୍ଷ ଅଛନ୍ତି, କେବଳ ସେହି ଦଳର ଲୋକେ ମୋ ଫଟୋ ବ୍ୟବହାର କରିବେ। ଅନ୍ୟ କେହି ମଧ୍ୟ ମୋର ବିନା ଅନୁମତିରେ ମୋ ଫଟୋ ବ୍ୟବହାର କରିବେ ନାହିଁ’।
ସୂଚନା ଯେ, ଅଜିତ ପାୱାର ବିଜେପି ଏବଂ ଶିବସେନା (ସିନ୍ଦେ ଦଳ) ସହ ହାତ ମିଳାଇବା ପରେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। ଅଜିତ ପାୱାର ନିଜ ଦଳକୁ ମୂଳ ଏନ୍ସିପି କହୁଥିବା ବେଳେ ଶରଦ ପାୱାରଙ୍କ ଦଳ ନିଜକୁ ପ୍ରକୃତ ଏନ୍ସିପି ବୋଲି କହୁଛନ୍ତି। ଏହି କନ୍ଦଳ ମଧ୍ୟରେ ଅନେକ ସ୍ଥାନରେ ଶରଦ ପାୱାରଙ୍କ ଫଟୋ ବ୍ୟବହାର ହୋଇଥିବା କଥା ସାମ୍ନାକୁ ଆସିଛି। ଏହା ଉପରେ ଶରଦ ପାୱାର ବିଦ୍ରୋହୀ ଦଳକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ବିନା ଅନୁମତିରେ କେହି ତାଙ୍କ ଫଟୋ ବ୍ୟବହାର କରିବେ ନାହିଁ।