କଟକ ଓ ଖୋର୍ଦ୍ଧା ଉପରେ ସ୍ୱତନ୍ତ୍ର ଫୋକସ୍
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତମାନର ସଂଖ୍ୟା କମି କମି ଆସୁଛି । କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସେଥିପାଇଁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି । ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି ଓ ସେହି ଅନୁସାରେ ଅନଲକ ନେଇ ସରକାର ନିଷ୍ପତି ବେବେ । ସଂକ୍ରମଣ କମୁଥିବାରୁ ଲୋକ ଢିଲା ପଣ ହେବା ଅନୁଚିତ । କାରଣ ଢ଼ିଲାପଣ ହେଲେ ସ୍ଥିତି ଆଗକୁ ଆହୁରି ଗମ୍ଭୀର ହୋଇପାରେ ।କିନ୍ତୁ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ରହିବା ଦରକାର । କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର । ଯେଉଁ ମାନେ ଆସୁଛନ୍ତି ତାଙ୍କ କ୍ୱାରେଂଟାଇନ କରିବା ସହ ତାଙ୍କ ଉପରେ ନଜର ରହିବ । ଯେଉଁମାନେ ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନେ ପୁଣି ଥରେ ବିପଦ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ସୀମାନ୍ତ ଜିଲ୍ଲା ଓ ବିଶେଷ ପ୍ରଭାବିତ ରାଜ୍ୟରୁ ଫେରିଥିବା ଲୋକମାନେ ସଂକ୍ରମଣ ବଢାଇଥିଲେ । ତେଣୁ ଆମକୁ ସଚେତନ ରହିବା ଦରକାର ନ ହେଲେ ବିପଦ ପୁଣି ବଢ଼ିବ ।
ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତମାନର ସଂଖ୍ୟା କମିକମି ଆସୁଛି । କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସେଥିପାଇଁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି ଓ ସେହି ଅନୁସାରେ ଅନଲକ ନେଇ ସରକାର ନିଷ୍ପତି ନେବେ । ତେବେ ଲୋକେ ଢିଲା ହେବା ଅନୁଚିତ । କିନ୍ତୁ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ରହିବା ଦରକାର । କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର । ଯେଉଁମାନେ ଆସୁଛନ୍ତି ସେମାନଙ୍କୁ କ୍ୱାରେଂଟାଇନ କରିବା ସହ ସେମାନଙ୍କ ଉପରେ ନଜର ରହିବ । ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନେ ପୁଣି ଥରେ ବିପଦ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ସୀମାନ୍ତ ଜିଲ୍ଲା ଓ ବିଶେଷ ପ୍ରଭାବିତ ରାଜ୍ୟରୁ ଫେରିଥିବା ଲୋକମାନେ ସଂକ୍ରମଣ ବଢାଇଥିଲେ । ତେଣୁ ଆମେ ସଚେତନ ରହିବା ଦରକାର, ନ ହେଲେ ବିପଦ ପୁଣି ବଢ଼ିବ । ଡିଏମଇଟି କହିଛନ୍ତି, ସେପ୍େଟମ୍ବର ୧୨ ତାରିଖରୁ ନିଟ ପରୀକ୍ଷା ଆରମ୍ଭ ହେବ । କେନ୍ଦ୍ର ସରକାର ସେ ଯାହା ଗାଇଡଲାଇନ ଦେବେ ସେଇ ଅନୁଯାୟୀ ପରୀକ୍ଷା କ ସାମାଜିକ ଦୂରତା, ଓ ମାସ୍କ ପିନ୍ଧି ପରୀକ୍ଷା କରାଯିବ । ସବୁ ପରୀକ୍ଷା ବନ୍ଦ କରି ହେବନି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏହି ନିଷ୍ପତି କେନ୍ଦ୍ର ସରକାର ନିଆଯାଇଛ । ଏଣେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି, ରାଜ୍ୟରେ ସାମଗ୍ରିକ ଭାବେ ସଂକ୍ରମଣ କମିଛି । ବିଗତ ଦିନ ଓ ବର୍ତମାନକୁ ତୁଳନା କଲେ କିଛି ଜିଲ୍ଲାରେ ବି ସଂକ୍ରମଣ ଧୀରେ ଧୀରେ କମୁଛି । କେସ ଲୋଡ୍, ଟେଷ୍ଟ ପିଜେଟିଭଟି ରେଟ, ଲୋକଙ୍କ କୋଭିଡ ଗାଇଡଲାଇନ ଅନୁପାଳନକୁ ଦେଖିକି ଅନଲକ ସମ୍ବନ୍ଧରେ ସରକାର ନିଷ୍ପତି ନେବେ । ନିୟମ କୋହଳ ହେଲେ ବି ଲୋକେ ନିଜ ଦାୟିତ୍ୱ ଭୁଲନ୍ତୁ ନାହିଁ, ନ ହେଲେ ପୁଣି ଥରେ ସଂକ୍ରମଣ ବଢ଼ିବ ।