କରୋନାରେ ଆକ୍ରାନ୍ତ ହେଲେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା
ଜୋହାନ୍ସବର୍ଗ : କରୋନାରେ ଆକ୍ରାନ୍ତ ହେଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା। କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବାରୁ ସେ କୋରୋନା ପରୀକ୍ଷା କରିଥିଲେ। ଏହାପରେ ତାଙ୍କ ରିପୋର୍ଟ ଗତକାଲି ପଜିଟିଭ ଆସିଥିବା ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।
କରୋନା ଟିକାର ଉଭୟ ଡୋଜ ନେଇଥିଲେ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି। ତେବେ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କର ସମସ୍ତ ଦାୟିତ୍ବ ଉପରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି ରାଷ୍ଟ୍ରପତିଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ଯେ ମୋର ବନ୍ଧୁ ରାଷ୍ଟ୍ରପତି ସିରିଲ ରାମାଫୋସା ଶୀଘ୍ର କରୋନାରୁ ସୁସ୍ଥ ହୋଇଯାଆନ୍ତୁ। ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ଏବଂ ଦକ୍ଷିଣ ଆଫ୍ରିକା ଜାତୀୟ ପ୍ରତିରକ୍ଷା ବାହିନୀର ସାମରିକ ସ୍ବାସ୍ଥ୍ୟ ସେବା ଏହାର ତଦାରଖ କରୁଥିବା ବିବୃତ୍ତିରେ କୁହାଯାଇଛି।
କୋରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ରାଷ୍ଟ୍ରପତି ପଶ୍ଚିମ ଆଫ୍ରିକାର ୪ଟି ରାଜ୍ୟ ଭ୍ରମଣ କରିଥିଲେ। ଏହାପରେ ଡିସେମ୍ବର ୮ରେ ଜୋହାନ୍ସବର୍ଗରୁ ଫେରିବାପରେ କରୋନା ଟେଷ୍ଟ କରାଯଇଥିଲା। କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ କିଛିଦିନ ପରେ ପୁଣି ଥରେ ପରୀକ୍ଷା କରାଯିବାରୁ ଗତକାଲି ରିପୋର୍ଟ ପଜିଟିଭ ଆସିଛି।