ଗୌରବ ଆଣିଲେ ସୌନ୍ଦର୍ଯ୍ୟ : ଦୃଷ୍ଟିବାଧିତ ଚେସ୍ରେ ଜିତିଲେ ସ୍ୱର୍ଣ୍ଣ
ଭୁବନେଶ୍ୱ : ଗ୍ରୀସ୍ର ଓରିଡ୍ଠାରେ ଶେଷ ହୋଇଥିବା ବିଶ୍ୱ ଦୃଷ୍ଟିବାଧିତ ଦଳଗତ ଚେସ୍ ଚାମ୍ପିଅନ୍ଶିପ୍ରେ ଓଡ଼ିଶାର ସୌନ୍ଦର୍ଯ୍ୟ କୁମାର ପ୍ରଧାନ ୯ ରାଉଣ୍ଡ୍ରେ ଅପରାଜିତ ରହି ଦ୍ୱିତୀୟ ବୋର୍ଡରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଭାରତ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପୂର୍ବକ ଷଷ୍ଠ ସ୍ଥାନରେ ରହିଛି ।
ନିକଟରେ ଜାତୀୟ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା ସୌନ୍ଦର୍ଯ୍ୟ ଦ୍ୱିତୀୟ ବୋର୍ଡରେ ୫ଟି ବିଜୟ ଓ ୪ଟି ଡ୍ର’ ସହ ଅସାଧାରଣ ସଫଳତା ପାଇଛନ୍ତି । ଚାମ୍ପିଅନ୍ଶିପ୍ ଶେଷ ବେଳକୁ ସେ ୨୨୫୩ ପରଫର୍ମାନ୍ସ ରେଟିଂ ସୁନିଶ୍ଚିତ କରି ସ୍ୱର୍ଣ୍ଣ ହାସଲ କରିଛନ୍ତି । ଏଥିସହ ସେ ୯୮.୪ ରେଟିଂ ପଏଣ୍ଟ୍ ମଧ୍ୟ ପାଇଛନ୍ତି । ସୌନ୍ଦର୍ଯ୍ୟ ବରଗଡ଼ ଜିଲ୍ଲାର ପଦ୍ମପୁର ନିକଟସ୍ଥ ସତୀଭଟା ଗ୍ରାମର ଅଧ୍ୟାପକ ରବିରଞ୍ଜନ ପ୍ରଧାନଙ୍କ ସୁପୁତ୍ର ଓ ତାଙ୍କ ବଡ଼ ଭାଇ ପ୍ରାଚୁର୍ଯ୍ୟ ମଧ୍ୟ ଜଣେ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ଚେସ୍ ଖେଳାଳି ।