ସିସୋଦିୟା ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କ ପଦବୀରୁ ଦେଲେ ଇସ୍ତଫା
ନୂଆଦିଲ୍ଲୀ : ଦିଲ୍ଲୀସରକାରର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରବାଲ ଏହାକୁ ତୁରନ୍ତ ସ୍ୱୀକାର କରିଛନ୍ତି । ସିସୋଦିଆଙ୍କୁ ଦିଲ୍ଲୀର ଅବକାରୀ ଘୋଟାଲାରେ ସିବିଆଇ ୮ଘଂଟାର ଲମ୍ବାସମୟ ଧରି ପଚରା ଉଚରା କରିବା ପରେ ରବିବାର ଦିନ ସଂନ୍ଧ୍ୟାରେ ଗିରଫ କରିଥିଲା । ସେହିଭଳି ମେ ମାସ ୨୦୨୨ରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟ ମନି ଲଣ୍ଡ୍ରିଙ୍ଗ ମାମଲାରେ ସିବିଆଇ ଗିରଫ କରିଥିଲା । ସେହିଦିନ ଠାରୁ ତାଙ୍କୁ ତିହାଡ ଜେଲରେ ରଖାଯାଇଛି । ସିବିଆଇ ସିସୋଦିଆଙ୍କୁ ଗିରଫ ପରେ ତାର ହେପାଜତରେ ରଖିଛି । ସିସୋଦିଆଙ୍କ ଇସ୍ତଫା ପତ୍ର ମଙ୍ଗଳବାର ଦୁଇପହରରେ ସୁପ୍ରିମ କୋର୍ଟରୁ ଜାମିନ ନମିଳିବା ପରେ ଆସିଥିଲା । ବହୁତ ଦିନ ଧରି ଏହି ଦୁଇ ମନ୍ତ୍ରୀ ଘୋଟାଲାରେ ଫସିବା କାରଣରୁ ବିରୋଧି ମାନଙ୍କ ଟାର୍ଗେଟରେ ରହିଛନ୍ତି ।