ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ଜଡ଼ିତ ସୁଟର ଗିରଫ
ମହାରାଷ୍ଟ୍ର: ଦିବଙ୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣେ ସୁଟରକୁ ଗିରଫ କରାଯାଇଛି । ସୌରଭ ଅରଫ ମହାକାଳକୁ ପୁଣେରୁ ପୁଣେ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଗିରଫ କରିଥିବା ଜଣାପଡ଼ିଛି ।
ପଞ୍ଜାବ ପୁଲିସ ୮ଜଣ ସୁଟରଙ୍କୁ ଚିହ୍ନଟ କରିଥିବା ନେଇ ବିଗତ ଦିନରେ ଦାବି କରିଥିଲା । ସେମାନଙ୍କ ମଧ୍ୟରୁ ୨ଜଣ ମହାରାଷ୍ଟ୍ରର ପୁଣେରୁ ହୋଇଥିବା ବେଳେ ପଞ୍ଜାବ, ହରିୟାଣାରୁ ୨ ଲେଖାଏଁ ଓ ରାଜସ୍ଥାନରୁ ଜଣେ ରହିଛନ୍ତି । ସମସ୍ତ ସୁଟର ଲୋରେନ୍ସ ବିସ୍ନୋଇ ଗ୍ୟାଙ୍ଗର ବୋଲି ପୁଲିସ କହିଛି । ଏହି ସୁଟରଙ୍କୁ ଖୋଜିବା ପାଇଁ ପଞ୍ଜାବ ପୁଲିସ ସମ୍ବୋଧିତ ରାଜ୍ୟର ପୁଲିସକୁ ସାହଯ୍ୟ ମାଗିଛି ।