କାନରା ବ୍ୟାଙ୍କ ପକ୍ଷରୁ ଏସ୍.ଏଚ୍.ଜି ମେଳା
ଯାଜପୁର : ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ହେଉଛନ୍ତି ସାମାଜିକ ଅର୍ଥନୈତିକ ବିକାଶର ରୋଲ ମଡ଼େଲ । ଏବେ ସେମାନଙ୍କ ବିନା କୌଣସି ଉନ୍ନତି ଅସମ୍ଭବ ବୋଲି ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କହିଛନ୍ତି । ଦଶରଥପୁର ବ୍ଲକ୍ ରାମବାଗ ଓ ମୀର୍ଜାପୁର କାନାରା ବ୍ୟାଙ୍କ ପକ୍ଷରୁ ଆୟୋଜିତ ସ୍ୱୟଂ ସହାୟିକା ଗୋଷ୍ଠୀ ମେଳାରେ ଅତିଥିଭାବେ ଯୋଗଦେଇ ଶ୍ରୀ ନାୟକ ଏହା କହିଛନ୍ତି । ମଙ୍ଗଳବାର ତଳିହା ପଞ୍ଚାୟତସ୍ଥ ଜାଗୁଳାଇ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଏହି ଉପଲକ୍ଷେ ବ୍ୟାଙ୍କ ମିତ୍ର ଶୁଭଲକ୍ଷ୍ମୀ ମହାରଣାଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି ଗୋଷ୍ଠୀ ଏକତ୍ରିତ ମେଳାରେ ଅନ୍ୟତମ ଅତିଥିଭାବେ କାନାରା ବ୍ୟାଙ୍କର ଏ.ଜି.ଏମ୍. ପି. ମଧୁସୂଦନ ରାଓ, ଡେପୁଟି ମ୍ୟାନେଜର କବିନ୍ଦ୍ର କୁମାର ସାହୁ, ବି.ପି.ସି ସଞ୍ଜୟ କୁମାର, ଜିଲ୍ଲା ମିଶନ ଶକ୍ତି ଅଧିକାରୀ ଶେଫାଳୀ ସ୍ୱାଗତିକା ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ମହିଳାମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ବ୍ୟାଙ୍କକୁ ଋଣ ଦେବାପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଏବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ବ୍ୟାଙ୍କରୁ ଋଣ ନେଇ ସମାଜର ତଥା ନିଜର ଉନ୍ନତି କରିବାକୁ ଓ ବ୍ୟାଙ୍କ ପକ୍ଷରୁ ସହଯୋଗ କରାଯାଉଥିବାବେଳେ ସେମାନେ ତାହାର ସଦୁପଯୋଗ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ରାମବାଗ ଶାଖାର ମ୍ୟାନେଜର ବିବେକ ମଣି ବାଗା ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରାୟ ଏହି ଦୁଇ ଶାଖା ଅଧିନରେ ଥିବା ୧୦୦ ରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀତ ସଭାପତି ଓ ସମ୍ବାଦିକାମାନେ ଏହି ଗୋଷ୍ଠୀ ଏକତ୍ରୀକରଣ ମେଳାରେ ଯୋଗଦେଇଥିଲ।