ଦ୍ଵିତୀୟ ଦିନିକିଆ : ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ, ୧୦୮ରନ୍ରେ ନ୍ୟୁଜିଲାଣ୍ଡ ଅଲ୍ଆଉଟ୍
ରାୟପୁର : ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଦିନିକିଆ । ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ ବଳରେ ନ୍ୟୁଜିଲ୍ୟାଣ୍ଡ ୩୪.୩ ଓଭର ବ୍ୟାଟିଂ କରି ମାତ୍ର ୧୦୮ ରନ କରିବାକୁ ସକ୍ଷମ ହୋଇଛି। ରାୟପୁରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆକୁ ଜିତିବା ପାଇଁ ଟିମ ଇଣ୍ଡିଆକୁ ମାତ୍ର ୧୦୯ ରନର ଟାର୍ଗେଟ ମିଳିଛି। ଏହି ମ୍ୟାଚ୍କୁ ଭାରତ ଜିତିନେଲେ ସିରିଜ୍କୁ ଆଗୁଆ ୨-୦ରେ କବଜା କରିନେବ।
ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ଯାହାକି ଭାରତୀୟ ବୋଲରଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ କିଓ୍ୱି ବ୍ୟାଟର । ଲଗାତର ଅନ୍ତରାଳରେ ପଡିଚାଲିଥିଲା ଓ୍ୱିକେଟ୍ । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିକ୍ସ ସର୍ବାଧିକ ୩୬ ରନ୍ କରିଥିବା ବେଳେ ମିଚେଲ୍ ବ୍ରେସଓ୍ୱେଲ୍ ୨୨ ରନ୍, ମେଚଲ୍ ସାଣ୍ଟନର ୨୭ ରନ୍ କରିଛନ୍ତି । ବାକି ଆଉ କୌଣସି ବ୍ୟାଟସମ୍ୟାନ୍ ୨ ଅଙ୍କ ବି ଛୁଇଁପାରିନଥିଲେ । ସେପଟେ ଭାରତୀୟ ବୋଲର ମଧ୍ୟରେ ସର୍ବାଧିକ ଓ୍ୱିକେଟ୍ ମହମ୍ମଦ ସାମି ନେଇଛନ୍ତି । ସେ ୬ ଓଭର ବୋଲିଂ କରି ୧୮ରନ୍ ଦେଇ ୩ଟି ଓ୍ୱିକେଟ୍ ନେଇଛନ୍ତି । ତାଙ୍କ ପଛକୁ ଓ୍ୱାସିଂଟନ୍ ସୁନ୍ଦର ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ତାପରେ ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ତେବେ ୧୦୯ରନ୍ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।
ଯଦି ଭାରତ ଆଜିର ମ୍ୟାଚ୍ ଜିତିଯାଉଛି । ତେବେ ସିରିଜ୍ ୨-୦ରେ ନିଜ ନାମରେ କରିବାରେ ସଫଳ ହେବ ଟିମ୍ ଇଣ୍ଡିଆ । ସିରିଜ୍ର ପ୍ରଥମ ଦିନିକିଆ ମ୍ୟାଚ୍ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ପାଇଁ କର ବା ମର ସ୍ଥିତିରେ ଏହି ମ୍ୟାଚ୍ ରହିଛି ।