୧୦ରେ ପୌର ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ
ଭୁବନେଶ୍ୱର : ପୌର ନିର୍ବାଚନ ଲାଗି ଆଗାମୀ ୧୦ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେ । ଅବାଧ ଏବଂ ନିରପେକ୍ଷ ପୌର ନିର୍ବାଚନ ଲାଗି ସବୁ ରାଜନୈତିକ ଦଳମାନଙ୍କ ସହ ଆଲୋଚନା ଲାଗି ରାଜ୍ୟ ନିର୍ବାଚନ କମିଶନ ଏହି ବୈଠକ ଡାକିଛନ୍ତି । ୧୦ ତାରିଖ ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୀତଗୋବିନ୍ଦ ସଦନରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ପ୍ରତି ଦଳର ଜଣେ ପ୍ରତିନିଧିଙ୍କୁ ଯୋଗ ଦେବା ଲାଗି କୁହାଯାଇଛି । ଅନ୍ୟପକ୍ଷରେ ପଂଚାୟତ ନିର୍ବାଚନ ପ୍ରଚାରକୁ ନେଇ କଟକଣାକୁ କୋହଳ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ୩ଶହ ଲୋକଙ୍କୁ ନେଇ ସଭା କରାଯାଇ ପାରିବ । ସେହିପରି ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ କରିପାରିବେ ଡୋର ଟୁ ଡୋର କ୍ୟାମ୍ପେନିଂ କରାଯାଇ ପାରିବ ।