ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଏସଡିଓ
କେନ୍ଦୁଝର : ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଏସଡିଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲା ବିଦ୍ୟୁତ ବିଭାଗର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ ଜାରି କରାଯାଇଛି । ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରିଥିବାର ଖବର ମିଳିଛି।
ସୂଚନା ଯେ, ମିଟର ରିଡିଂ ବିଭାଗର ଏସଡିଓ ଅଛନ୍ତି ମହେଶ୍ଵର ସେଠୀ । ଅଫିସ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନ ଗୁଡିକ କେନ୍ଦୁଝର ସ୍ଥିତ ଅଫିସ, ଘଟଗାଁର ନିଜର ଓ ଭାଇଙ୍କ ଘରେ, ସ୍ପଞ୍ଜ କଲୋନୀ ସ୍ଥିତ ବାସଭବନ, ରିମୁଳି ସ୍ଥିତ ଶ୍ୱଶୁର ଘରେ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୨ଟି ସ୍ଥାନରେ ବିଲ୍ଡିଂ ଏବଂ ୩ଟି ସ୍ଥାନରେ ପ୍ଲଟ ଠାବ ହୋଇଥିବା ସୂଚନା ମିଳିଛି । ହେଲେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହାର ସୂଚନା ମିଳିନାହିଁ । ବାଲେଶ୍ୱର ଏଏସପିଙ୍କ ନେତୃତ୍ୱରେ ୨ଡିଏସପି ଓ ୫ ଇନସ୍ପେକ୍ଟର ଚଢ଼ାଉରେ ସାମିଲ ଅଛନ୍ତି। ତାଙ୍କ ସଂପତ୍ତିର ମୂଲ୍ୟ କେତେ ହେବ, ତାର ଆକଳନ ଆରମ୍ଭ ହୋଇଛି। ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ବିଶେଷ ସୂଚନା ମିଳିନାହିଁ।