ଦିନିକିଆ ଗଜପତି ଗସ୍ତରେ ଗଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାସ
ଗଜପତି : ଦିନିକିଆ ଗଜପତି ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାସ । ଜିଲାର ବହୁ ପୁରାତନ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବାଳକ ବିଦ୍ୟାଳୟ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ସ୍କୁଲ ଖୋଲିବା ପରେ ସ୍ଥିତି ପରଖିଛନ୍ତି । ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରର ସଭାଗୃହରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
ତେବେ ବହୁ ପୁରାତନ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବିଦ୍ୟାଳୟରେ ପାଦ ଦେଇ ନିଜକୁ ଧନ୍ୟ ମନେ ହେଉଛି। ଏହାପରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର ଶିକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି । ସରକାର ବିଦ୍ୟାଳୟଗୁଡିକ ସ୍ମାର୍ଟ ସ୍କୁଲରେ ପରିଣତ କରି ଶିକ୍ଷାର ମାନ ବୃଦ୍ଧି କରି, ଅତିଶୀଘ୍ର ରାଜ୍ୟର ସବୁ ଜିଲାରେ ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ।