ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ପିଇଟି ଶିକ୍ଷକଙ୍କ ଦରମା ୫ହଜାର ୫ଶହ ଟଙ୍କା ବୃଦ୍ଧି
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ରାଜ୍ୟରେ କାର୍ଯ୍ୟ କରୁଥିବା ପିଇଟି ଶିକ୍ଷକଙ୍କ ଦରମା ବୃଦ୍ଧି । ରାଜ୍ୟର ସମସ୍ତ ବିପିଏଡ ଓ ବିଏ, ସିପିଏଡ ଯୋଗ୍ୟତାଧାରୀ ପିଇଟି ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଛି । ପିଇଟିଙ୍କ ଦରମା ସରକାର ୫ହଜାର ୫ଶହ ଟଙ୍କା ବୃଦ୍ଧି କରିଛନ୍ତି ।
ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଗ୍ରାଣ୍ଟ-ଇନ-ଏଡ ଅର୍ଡର, ୨୦୧୪ ଅନୁଯାୟୀ ଅନୁଦାନ ପ୍ରାପ୍ତ କାର୍ଯ୍ୟରତ ପିଇଟିଙ୍କ ଦରମା ବଢ଼ିଛି । ଯେଉଁମାନେ ବିପିଏଡ ଓ ବିଏସସି ପିଏଡ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନଙ୍କର ମାସିକ ବେତନ ୮ ହଜାରରୁ ୧୩ ହଜାର ୫୦୦ ଟଙ୍କାକୁ ବଢ଼ିଛି । ପୂର୍ବରୁ ବେତନ ବୃଦ୍ଧି ନେଇ ପିଇଟି ଶିକ୍ଷକମାନେ ବାରମ୍ବାର ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ । ଦରମା ବଢ଼ିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଟ୍ୱିଟ୍ କରି ସୂଚନା ଦେଇଥିଲେ ।