ଚାଞ୍ଚଲ୍ୟକର ଘଟଣା! ହସ୍ପିଟାଲ ଛାତରୁ ୨୦୦ ଗଳିତ ମୃତଦେହ ଉଦ୍ଧାର, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ମୁଲତାନ: ପାକିସ୍ତାନର ପଞ୍ଜାବ ପ୍ରାନ୍ତରରୁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ନିସସ୍ତାରସ୍ଥିତ ଏକ ହସ୍ପିଟାଲ ଛାତ ଉପରୁ ୨୦୦ରୁ ଊର୍ଦ୍ଧ୍ୱ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୁଖ୍ୟମନ୍ତ୍ରୀ ତାରିକ ଜମାନ ଗୁଜର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲର ଛାତ ଉପରେ ଏହି ମୃତଦେହ ଗୁଡିକ ପଡିଥିବା ଦେଖିବାକୁ ମିଳିଛି। ତେବେ ହସ୍ପିଟାଲ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ଏହି ମୃତଦେହ ରାଖାଯାଇଥିବା କୁହାଯାଉଛି।