ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରୁ କୋହଲିଙ୍କୁ ବିଶ୍ରାମ : ରୋହିତ ଅଧିନାୟକ, ରାହୁଲ ଉପ-ଅଧିନାନାୟକ
ନୂଆଦିଲ୍ଲୀ : ଦୀର୍ଘ ପ୍ରତିକ୍ଷାର ଅପେକ୍ଷାର ଅନ୍ତ । ଯାହା ଆଶା କରାଯାଉଥିଲା ଶେଷରେ ସେଇୟା ହେଲା। ଟି-୨୦ ଫର୍ମାଟରେ ରୋହିତ ଶର୍ମା ହେଲେ ଭାରତୀୟ ଦଳର ଅଧିନାୟକ । ସେହିପରି କେଏଲ ରାହୁଲ ଉପ ଅଧିନାୟକ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଟି-୨୦ ବିଶ୍ୱକପ ପରେ ଏହା ଭାରତ ଓ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ସିରିଜ୍। ଯେଉଁଥିରେ କୋହଲିଙ୍କୁ ବିଶ୍ରାମ ମିଳିଛି । ଏହି ସିରିଜରେ ଟିମ ଇଣ୍ଡିଆ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ। ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ କିଏ ହେବେ ଟି ୨୦ ଫର୍ମାଟର କ୍ୟାପଟେନ୍ ସେ ନେଇ ସସ୍ପେନ୍ସ ଲାଗି ରହିଥିଲା । ଶେଷରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଭାର ମିଳିଥିବାବେଳେ କେଏଲ ରାହୁଲ ଟିମ ଇଣ୍ଡିଆର ଟି-୨୦ ଉପ ଅଧିନାୟକ ହୋଇଛନ୍ତି।
ବିସିସିଆଇ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଦଳ ଘୋଷଣା କରାଯାଇଛି। ନିକଟରେ ଟି-୨୦ ଅଧିନାୟକ ପଦ ଛାଡ଼ିଥିବା ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ରେ ବିଶ୍ରାମ ଦିଆଯାଇଛି। ସେହିପରି ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ୱାଡ ଦଳରେ ନୂଆ ମୁହଁ ଭାବେ ସୁଯୋଗ ପାଇଛନ୍ତି। ଯୁବ ତାରକା ଭେଙ୍କଟେଶ ଆୟର, ହର୍ଷଲ ପଟେଲ ଓ ଆଭେଶ ଖାନଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ରେ ସୁଯୋଗ ମିଳିଛି। ବିଶ୍ୱକପ ସ୍କ୍ୱାଡରୁ ହଠାତ୍ ବାଦ ପଡ଼ିଥିବା ୟୁଜଭେନ୍ଦର ଚହଲ ଦଳକୁ କମବ୍ୟାକ କରିଛନ୍ତି। ଷ୍ଟାଣ୍ଡବାଇରେ ଥିବା ଶ୍ରେୟର ଆୟର, ଅକ୍ଷର ପଟେଲ ଓ ଦୀପକ ଚହର ମଧ୍ୟ ମୁଖ୍ୟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ତ୍ୟା, ଶାର୍ଦ୍ଦୁଲ ଠାକୁର, ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ଶାମିଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ରେ ବିଶ୍ରାମ ଦିଆଯାଇଛି। ପୂର୍ବଭଳି ଦଳରେ ସୂର୍ଯ୍ୟ କୁମାର ଯାଦବଳ ଇଶାନ କିଶନ ଓ ଋଷଭ ପନ୍ତ ନିଜ ସ୍ଥାନ ପକ୍କା କରିଛନ୍ତି। ଭୁବନେଶ୍ୱର କୁମାର ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ଖେଳିବେ। କିନ୍ତୁ ବରୁଣ ଚକ୍ରବର୍ତ୍ତୀ ଓ ରାହୁଲ ଚହରକୁ ବସିସିଆଇ ଚୟନ କମିଟି ଟିମ୍ରା ସ୍ଥାନ ଦେଇନାହିଁ। ସୂଚନା ଯେ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ନଭେମ୍ବର ୧୭, ୧୯ ଓ ୨୧ ତାରିଖରେ ଟି-୨୦ ମ୍ୟାଚଗୁଡ଼ିକ ଖେଳାଯିବ। ଏହାପରେ ନଭେମ୍ବର ୨୫ରୁ ପ୍ରଥମ ଟେଷ୍ଟ ଓ ଡିସେମ୍ବର ୩ରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା ହୋଇନାହିଁ। ସମ୍ଭବତଃ ଆସନ୍ତାକାଲି ବିସିସିଆଇ ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷଣା କରିପାରେ। ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର ୨୫ରୁ କାନପୁରରେ ଆରମ୍ଭ ହେବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟରେ ବିରାଟ କୋହଲି ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ହିଁ ଦଳର କମାଣ ସମ୍ଭାଳିବେ। ପୂର୍ବଭଳି ଅଜିଙ୍କ୍ୟ ରାହଣେ ଟେଷ୍ଟ ଟିମ୍ର ଉପ ଅଧିନାୟକ ପଦ ସମ୍ଭାଳିବେ। କିନ୍ତୁ ବିରାଟଙ୍କ ଅନୁପସ୍ଥିତିରେ ରୋହିତ ହିଁ ଟେଷ୍ଟ ଟିମ୍ ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି। ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ରୁ ମୁମ୍ବାଇରେ ଆରମ୍ଭ ହେବ। ଏହି ସମୟରେ ବିରାଟ ଦଳକୁ କମବ୍ୟାକ କରିବା ସହ କ୍ୟାପ୍ଟେନଶିପ ପଦ ସମ୍ଭାଳିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।
NEWS – India’s squad for T20Is against New Zealand & India ‘A’ squad for South Africa tour announced.@ImRo45 named the T20I Captain for India.
— BCCI (@BCCI) November 9, 2021
More details here – https://t.co/lt1airxgZS #TeamIndia pic.twitter.com/nqJFWhkuSB
ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଈଶାନ କିଶନ, ଭେଙ୍କଟେଶ ଆୟର, ୟୁଜଭେନ୍ଦର ଚହଲ, ରବି ଅଶ୍ୱିନ, ଅକ୍ଷର ପଟେଲ, ଆଭେଶ ଖାନ, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ ଓ ମହମ୍ମଦ ସିରାଜ।