ଜାତୀୟ ରାଜପଥ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବା ପାଇଁ ସମୀକ୍ଷା ବୈଠକ
କୋରାପୁଟ ସୁଙ୍କି -ବୋରିଗୁମ୍ମା ରାଜପଥର ସଂପ୍ରସାରଣ କାର୍ଯ୍ୟ ଉପରେ ଗୁରୁତ୍ୱ
ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମଧ୍ୟରେ ବିଭିନ୍ନ ଜାତୀୟ ରାଜପଥର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିିତ କରିବା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀଗଣ ଗତ ଏକ ମାସ ଭିତରେ ବିଭିନ୍ନ ଜାତୀୟ ରାଜପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିିତ ହୋଇଥିବାରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଗତ ଏକ ମାସ ମଧ୍ୟରେ ଜମି ଅଧିଗ୍ରହଣ କାର୍ଯ୍ୟରେ ବିଭିନ୍ନ ହିତାଧିକାରୀମାନଙ୍କୁ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ୧୦୧ କୋଟି ପ୍ରାପ୍ୟ ବଂଟନ କରାଯାଇଛି । ଜାତୀୟ ରାଜପଥ ୫୫ ର କଟକ ଅନୁଗୁଳ ଭାଗ ମଧ୍ୟରେ ୨୧ ଗ୍ରାମ ମଧ୍ୟରୁ ୧୭ ଗ୍ରାମରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ସମସ୍ତ ଜମି ହସ୍ତାନ୍ତର କରାଯାଇଛି । ସେହିପରି ଅନୁଗୁଳ ସମ୍ବଲପୁର ଭାଗ ମଧ୍ୟରେ ସମୁଦାୟ ୭୦ ଗ୍ରାମ ମଧ୍ୟରୁ ୬୧ ଗ୍ରାମରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ୍ଣ୍ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ସମସ୍ତ ଜମି ହସ୍ତାନ୍ତର କରାଯାଇଛି । ଏହା ବ୍ୟତୀତ ଗତ ଏକ ମାସ ମଧ୍ୟରେ ବହୁ ଦାଖଲ ଖାରଜ ମାମଲା ହୋଇ ରେକର୍ଡ କରେକ୍ସନ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ କୋରାପୁଟ ଜିଲ୍ଲାପାଳଙ୍କୁ ଶୁଙ୍କି ଠାରୁ ବୋରିଗୁମ୍ମା ଯାଏ ଜାତୀୟ ରାଜପଥର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ନିୟମିତ ଭାବେ ସମୀକ୍ଷା ବୈଠକ ନେଇ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଂଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କଲେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀମାନେ ତୁରନ୍ତ କାମ ଆରମ୍ଭ ଓ ତ୍ୱରାନ୍ୱିିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଲେ । ଦେଶ ଓ ରାଜ୍ୟରେ ଜାତୀୟ ରାଜପଥ ଗୁଡିକ ସରବରାହର ଅନ୍ୟତମ ମୁଖ୍ୟ ମାଧ୍ୟମ । ତେଣୁ ଜାତୀୟ ରାଜପଥ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିିତ କରିବା ଓ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତିରେ ସମାପନ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।