ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଫେରିଥିବା ଦୁଇ ଭାରତୀୟ କୋଭିଡ ସଂକ୍ରମିତ
ବେଙ୍ଗାଲୁରୁ : ସାରା ବିଶ୍ବରେ ଆତଙ୍କ ଖେଳାଇଛି କୋଭିଡ ଭୂତାଣୁର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ । ଦକ୍ଷିଣ ଆଫ୍ରିକା ଏହି ନୂଆ ଭ୍ୟାରିଏଣ୍ଟରେ ପ୍ରଭାବିତ ଦେଶ ତାଲିକାରେ ରହିଛି । ତେବେ ଏହାରି ମଧ୍ୟରେ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଭାରତୀୟ ନାଗରିକ କୋଭିଡରେ ସଂକ୍ରମିତ ଥିବା ଜଣାପଡିଛି ।
ବେଙ୍ଗାଲୁରୁ ଗ୍ରାମୀଣ ଡେପୁଟି କମିଶନର କେ. ଶ୍ରୀନିବାସ କହିଛନ୍ତି ଯେ ୧୦ଟି ବିପଦପୂର୍ଣ୍ଣ ତାଲିକାରେ ଥିବା ଦେଶରୁ 584 ଜଣ ବେଙ୍ଗାଲୁରୁକୁ ଆସିଛନ୍ତି । ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ୨ଜଣ (ଭାରତୀୟ ନାଗରିକ)ଙ୍କଠାରେ କୋଭିଡ ଲକ୍ଷଣ ପ୍ରକାଶ ପାଇଥିଲା । ଜଣେ ୧୧ ତାରିଖରେ ଓ ଦ୍ବିତୀୟ ଜଣଙ୍କ ୨୦ ତାରିଖରେ ଟେଷ୍ଟିଂରୁ କୋବିଦରେ ସଂକ୍ରମିତ ଥିବା ଜଣାପଡିଥିଲା । ସଂକ୍ରମିତ ଥିବା ନେଇ ସୂଚନା ମିଳିବା ପରେ ସେମାନଙ୍କ ନମୁନା ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଟେଷ୍ଟିଂରୁ ଏହି ଦୁଇ ଜଣ ଡେଲଟା ଭ୍ୟାରିଏଣ୍ଟରେ ସଂକ୍ରମିତ ବୋଲି ଜଣାପଡିଛି ।