ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର ! ଏହି ନେତାମାନେ ହେବେ ମନ୍ତ୍ରୀ, ଦେଖନ୍ତୁ ପୂରା ତାଲିକା
ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୂର୍ନଗଠନ । ରବିବାର ଦିନ ୧୧ଟା ୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ । ଲୋକସେବା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେହିପରି କିଛି ବିଧାୟକଙ୍କୁ ନୂତନ ଭାବେ ମନ୍ତ୍ରୀ ମିଳିବାର ସମ୍ଭାବନା ରହିଛି । ଯେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ ସେମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀ ଫୋନ୍ କରିଛନ୍ତି । ଏହାସହ ସମସ୍ତଙ୍କୁ ଭୁବନେଶ୍ୱର ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ବିଜେଡି ବିଧାୟକମାନଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ସେଥିରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରତାପ କେଶରୀ ଦେବ ଓ ଅତନୁ ସବ୍ୟସାଚୀ ନାୟକ, ଯାଜପୁର ଜିଲ୍ଲାରୁ ପ୍ରମିଳା ମଲ୍ଲିକ ଓ ପ୍ରୀତିରଂଜନ ଘଡେଇ, ଜଗତସିଂହପୁର ଜିଲ୍ଲାରୁ ପ୍ରଶାନ୍ତ କୁମାର ମୁଦୁଲି, ସମ୍ବଲପୁର ଜିଲ୍ଲାରୁ ରୋହିତ ପୂଜାରୀ, ବଲାଙ୍ଗିର ଜିଲ୍ଲାରୁ ଟୁକୁନି ସାହୁ, ପୁରୀ ଜିଲ୍ଲାରୁ ସମୀର ରଞ୍ଜନ ଦାଶ, ଖୋର୍ଦ୍ଧା ଜିଲ୍ଲାରୁ ଅଶୋକ ଚନ୍ଦ୍ର ପଣ୍ଡା, କଟକ ଜିଲ୍ଲାରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଝାରସୁଗୁଡ଼ା ଜିଲ୍ଲାରୁ ନବକିଶୋର ଦାସ, ବାଲେଶ୍ୱର ଜିଲ୍ଲାରୁ ଅଶ୍ୱିନୀ ପାତ୍ର ଓ ଗଞ୍ଜାମ ଜିଲ୍ଲାରୁ ଶ୍ରୀକାନ୍ତ ସାହୁ ଏବଂ ଉଷା ଦେବୀ ସାମିଲ ଅଛନ୍ତି ।ସେହିପରି ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ , ବରଗଡରୁ ରୀତା ସାହୁ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ କଲ୍ କରିଥିବା ଜଣାପଡିଛି ।
ସମ୍ଭାବ୍ୟ ମନ୍ତ୍ରୀ ତାଲିକା :
କ୍ୟାବିନେଟ ମନ୍ତ୍ରୀ :
(୧) ନିରଞ୍ଜନ ପୂଜାରୀ
(୨) ରଣେନ୍ଦ୍ର ପ୍ରତାପ ସ୍ୱାଇଁ
(୩) ପ୍ରମିଳା ମଲ୍ଲିକ
(୪) ଉଷା ଦେବୀ
(୫) ପ୍ରଫୁଲ୍ଲ କୁମାର ମଲ୍ଲିକ
(୬) ପ୍ରତାପ କେଶରୀ ଦେବ
(୭) ଅତନୁ ସବ୍ୟସାଚୀ ନାୟକ
(୮) ନବକିଶୋର ଦାସ
(୯) ଅଶୋକ ଚନ୍ଦ୍ର ପଣ୍ଡା
(୧୦) ଟୁକୁନି ସାହୁ
(୧୧)ରାଜେନ୍ଦ୍ର ଢୋଲକିଆ
(୧୨) ପ୍ରଦୀପ କୁମାର ଅମାତ
(୧୩) ଜଗନ୍ନାଥ ସାରକା
ରାଷ୍ଟ୍ରମନ୍ତ୍ରୀ :
(୧) ସମୀର ରଞ୍ଜନ ଦାସ
(୨) ଅଶ୍ୱନି କୁମାର ପାତ୍ର
(୩) ପ୍ରତାପ ରଞ୍ଜନ ଘଡେଇ
(୪) ଶ୍ରୀକାନ୍ତ ସାହୁ
(୫) ତୁଷାର କାନ୍ତି ବେହେରା
(୬) ରୋହିତ ପୂଜାରୀ
(୭) ରିତା ସାହୁ
(୮) ବାସନ୍ତୀ ହେମ୍ବ୍ରମ
ଶନିବାର ସକାଳୁ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ କୁହାଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଏପରିକି କେତେଜଣଙ୍କ ପାଖକୁ ଇସ୍ତଫା ପତ୍ରର ଡ୍ରାଫ୍ଟ ଆସିଥିବା ମଧ୍ୟ ଜଣାପଡ଼ିଛି । ପୂର୍ବରୁ ୪ ପାଳି ମୁଖ୍ୟମନ୍ତ୍ରୀତ୍ୱରେ ମନ୍ତ୍ରିମଣ୍ଡଳ ପରିବର୍ତନ ସମୟରେ ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହୁଥିଲେ ନବୀନ । ମାତ୍ର ଏଥର ମନ୍ତ୍ରିମଣ୍ଡଳ ପୁର୍ନଗଠନରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଶୈଳୀ ଆପଣାଇଛନ୍ତି । ଏଥର ଏକସଙ୍ଗେ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହି ସମସ୍ତଙ୍କୁ ଚକିତ କରିଛନ୍ତି । ସୂଚନାଯୋଗ୍ୟ, ଏପ୍ରିଲ୍ ମାସରେ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କର ରିପୋର୍ଟ କାର୍ଡ ମାଗିଥିଲେ । ତେଣୁ ମନ୍ତ୍ରିମଣ୍ଡଳରେ ଶୀଘ୍ର ଅଦଳବଦଳ ହୋଇପାରେ ବୋଲି କୁହାଯାଉଥିଲା । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହିଭଳି ମନ୍ତ୍ରୀମାନଙ୍କର ରିପୋର୍ଟ କାର୍ଡ ମାଗିବା ସହ ମନ୍ତ୍ରୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ରିପୋର୍ଟ କାର୍ଡରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ କେତେ ସଫଳତାର ସହ ଲୋକଙ୍କ ପାଖରେ ପହଂଚାଇଛନ୍ତି, ସେମାନଙ୍କ ବିଭାଗର କେଉଁ ଯୋଜନା ଅଧିକ ଫଳପ୍ରଦ ହୋଇଛି, ଆଗାମୀ ଦିନରେ କ’ଣ କରିବାକୁ ଯୋଜନା କରିଛନ୍ତି ସେ ନେଇ ବିସ୍ତୃତ ରିପୋର୍ଟ ଦେଇଥିଲେ ।